EDTimes
ନୂଆଦିଲ୍ଲୀ: ସୂଚନା ସମ୍ବଳିତ ତଥ୍ୟକୁ (କଣ୍ଟେଣ୍ଟ୍) ‘ଆଇଟି’ ପରିସରରୁ ‘ଆଇ ଆଣ୍ଡ୍ ବି’ ପରିସରକୁ ଅଣାଯାଉଛି। ପୂର୍ବରୁ ଏହି ନୂଆ ପ୍ଲାଟ୍ଫର୍ମ ‘ଓଭର୍ ଦି ଟପ୍’ (ଓଟିଟି) ପ୍ରସାରିତ ସୂଚନା ବିରୋଧରେ ସରକାରଙ୍କଠାରେ ଆପତ୍ତି କରି ହେଉ ନ ଥିଲା। କିନ୍ତୁ, ଏବେ ତାହା ସମ୍ଭବ ହେବ। ଏବେ ଏହା ସୂଚନା ପ୍ରସାରଣ ମନ୍ତ୍ରାଳୟ ନିୟନ୍ତ୍ରଣକୁ ଆସିବ। ବିଭିନ୍ନ ଚଳଚ୍ଚିତ୍ର, ଅଡିଓ-ଭିଜୁଆଲ୍ କାର୍ଯ୍ୟକ୍ରମ, ଅନ୍ଲାଇନ୍ ନିଉଜ୍ ପ୍ରଦାନ କରୁଥିବା ଅନ୍ଲାଇନ୍ ‘କଣ୍ଟେଣ୍ଟ୍ ପ୍ରୋଭାଇଡର୍’ ବା ସୂଚନା ପ୍ରଦାନକାରୀଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଅଣାଯିବ ବୋଲି କେନ୍ଦ୍ର ସରକାର ଆଦେଶନାମା ଜାରି କରିଛନ୍ତି।
ନଭେମ୍ବର ୯ ତାରିଖ ଦିନ ଜାରି ବିଜ୍ଞପ୍ତିରେ ଘୋଷଣା କରାଯାଇଛି ଯେ, ଅନ୍ଲାଇନ୍ ଚଳଚ୍ଚିତ୍ର, ଡିଜିଟାଲ୍ ନିଉଜ୍ ପ୍ରସାରଣ କରୁଥିବା ସଂସ୍ଥାଗୁଡ଼ିକ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରିସରପରିସରଭୁକ୍ତ କରାଯିବା ନିମିତ୍ତ ଏକ ଆଦେଶନାମାରେ ରାଷ୍ଟ୍ରପତି ସ୍ବାକ୍ଷର କରିଛନ୍ତି।
Image Courtesy of India Todayନେଟ୍ଫ୍ଲିକ୍ସ୍, ଆମାଜନ ପ୍ରାଇମ୍ ଭିଡିଓ, ହଟ୍ଷ୍ଟାର୍ ଭଳି ଷ୍ଟ୍ରିମିଙ୍ଗ୍ ପ୍ଲାଟ୍ଫର୍ମଗୁଡ଼ିକ ଏଥର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଦ୍ବାରା ନିୟନ୍ତ୍ରିତ ହେବ।
ନୂଆ ଆଇନ ପ୍ରଣୟନ କରାଯାଇ ‘ଷ୍ଟ୍ରିମିଙ୍ଗ୍ ମିଡିଆ’ ଓ ‘ଡିଜିଟାଲ୍ ନିଉଜ୍’କୁ ୧୮୬୭- ଭିଣ୍ଟେଜ୍ ପ୍ରେସ୍ ଆଣ୍ଡ୍ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ସ୍ ଆକ୍ଟ୍ ଅଧୀନକୁ ଅଣାଯିବ। ଏହାଛଡ଼ା, ‘ନିଉଜ୍ ୱେବ୍ସାଇଟ୍’ଗୁଡ଼ିକୁ ‘ରେଜିଷ୍ଟ୍ରାର୍ ଅଫ୍ ନିଉଜ୍ ପେପରର୍ସ ଫର୍ ଇଣ୍ଡିଆ’ରେ ପଞ୍ଜିକରଣ କରାଇବାକୁ ବାଧ୍ୟତାମୂଳକ କରାଯିବ। ଖୁବ୍ ଶୀଘ୍ର ପ୍ରସ୍ତାବିତ ଆଇନ କେନ୍ଦ୍ର କ୍ୟାବିନେଟ୍ରେ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।
Follow Us