ଚୀନ୍‌ରେ ଅଭୂତପୂର୍ବ କଟକଣା : କମ୍ୟୁନିଷ୍ଟ ସରକାରଙ୍କ ଦମନ ନୀତିରେ ଲୋକେ ଅତିଷ୍ଠ

Advertisment
ଚୀନ୍‌ରେ ଅଭୂତପୂର୍ବ କଟକଣା : କମ୍ୟୁନିଷ୍ଟ ସରକାରଙ୍କ ଦମନ ନୀତିରେ ଲୋକେ ଅତିଷ୍ଠ

Monitors display a video showing facial recognition software in use at the headquarters of the artificial intelligence company Megvii, in Beijing, May 10, 2018. Beijing is putting billions of dollars behind facial recognition and other technologies to track and control its citizens. (Gilles SabriÈ/The New York Times)

ସାଂଘାଇ: ଚୀନ୍‌ ଏବେ କରୋନା ଭାଇରସ୍‌ର ମୁକାବିଲା ପାଇଁ ଦେଶର ୨୫ରୁ ଅଧିକ ସହର ଏବଂ ହଜାର ହଜାର ଗ୍ରାମରେ ଅଭୂତପୂର୍ବ କଟକଣା ଜାରି କରିଛି। କରୋନା ଭାଇରସ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ହାସଲ କରିବା, ଆକ୍ରାନ୍ତଙ୍କୁ ତୁରନ୍ତ ପୃଥକ ବ୍ୟବସ୍ଥାକୁ ନେବା ପାଇଁ ସରକାର ଦମନ ନୀତି ଧରିଛନ୍ତି। ଲକ୍ଷାଧିକ କରୋନା ସନ୍ଦିଗ୍ଧ ଏଭଳି କଟକଣା ଯୋଗୁଁ ସେମାନଙ୍କ ଘରକୁ ଫେରିପାରୁ ନାହାନ୍ତି। ସହରଗୁଡ଼ିକରେ ମଧ୍ୟ ଲୋକେ ବାହାରକୁ ଯିବା ପରେ ସେମାନଙ୍କ ଘରକୁ ଫେରିବା ଅତୀବ କଷ୍ଟକର ହୋଇପଡ଼ୁଛି। ହଜାର ହଜାର ଆପାର୍ଟମେଣ୍ଟ ବାସିନ୍ଦା କୌଣସି କାମରେ ଘରୁ ବାହାରିବା ପରେ ଆଉ ସେମାନଙ୍କୁ ନିଜ ଆପାର୍ଟମେଣ୍ଟରେ ପ୍ରବେଶ ଅନୁମତି ମିଳୁନାହିଁ। ଅନେକ ଲୋକ ବିନା କାରଣରେ ଅସ୍ଥାୟୀ ଚିକିତ୍ସା ଶିବିରଗୁଡ଼ିକରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ସବୁଠି ହାହାକାର ସ୍ଥିତି ଉପୁଜିଛି। ଚୀନ୍‌ର ଅତ୍ୟାଧୁନିକ ସର୍ଭେଲାନ୍ସ ବ୍ୟବସ୍ଥାରେ ଲୋକଙ୍କ ଚେହେରା ଏବଂ ଶରୀର ତାପମାତ୍ରା ଆଧାରରେ ସେମାନଙ୍କୁ କରୋନା ଚିକିତ୍ସା ଶିବିରକୁ ବଳପୂର୍ବକ ଉଠାଇ ନିଆଯାଉଛି । ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ସ୍ବେଚ୍ଛାସେବୀ ଏବଂ ସଦସ୍ୟମାନଙ୍କୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ଏବଂ ଶିବିରକୁ ଆଣିବା ଦାୟିତ୍ବରେ ନିୟୋଜିତ କରାଯାଇଛି।

ଅନ୍ୟପକ୍ଷରେ କମ୍ୟୁନିଷ୍ଟ ସରକାର କରୋନା ନେଇ ଅପପ୍ରଚାର କରୁଥିବା ଅଭିଯୋଗରେ ୩୫୦ ବ୍ୟକ୍ତିଙ୍କୁ ଦଣ୍ଡିତ କରିଥିବାରୁ ଏହାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ଦେଖିବାକୁ ମିଳିଛି। ସରକାରଙ୍କ କଟକଣା ସତ୍ତ୍ବେ ଲୋକେ ସରକାର ବିରୋଧୀ ମନ୍ତବ୍ୟ ପୋଷ୍ଟ କରୁଛନ୍ତି। ଯେଉଁମାନେ କରୋନା ଭାଇରସ ସମ୍ପର୍କରେ ମିଥ୍ୟା ଖବର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି କିମ୍ବା କରୋନା ଭାଇରସ ଆକ୍ରାନ୍ତଙ୍କୁ ନେଇ ଅପପ୍ରଚାର କରୁଛନ୍ତି ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏ ଦିଗରେ ବିଭିନ୍ନ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଉଦ୍‌ବେଗ ପ୍ରକାଶ କରୁଥିଲେ ମଧ୍ୟ ଚୀନ୍‌ ଏଥିପ୍ରତି ଭୃକ୍ଷେପ କରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe