ଅରୁଣାଚଳ ପ୍ରଦେଶରେ ଭାରତୀୟ ସୈନିକଙ୍କୁ କଠୋର ତାଲିମ: ‘ମାର ନ ହେଲେ ମର’

Advertisment
ଅରୁଣାଚଳ ପ୍ରଦେଶରେ ଭାରତୀୟ ସୈନିକଙ୍କୁ କଠୋର ତାଲିମ: ‘ମାର ନ ହେଲେ ମର’

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ନିକଟରେ ଭାରତୀୟ ସେନା ସୈନିକମାନଙ୍କୁ ଆକ୍ରମଣାତ୍ମକ ତାଲିମ ଦେବା ଆରମ୍ଭ କରିଛି। ଏଥି ସହ ସୈନିକମାନେ ବ୍ୟାପକ ବ୍ୟାୟାମ ସହ ଧ୍ୟାନ ଅଭ୍ୟାସ ବି କରୁଛନ୍ତି। ଚୀନ୍ ପଟୁ ଯେକୌଣସି ବିପଦ ଆସିଲେ ବି ‘ମାର ନ ହେଲେ ମର’ ପଣରେ ତାହାର ମୁକାବିଲା କରିବା ପାଇଁ ଆମ ସୈନିକମାନଙ୍କୁ ପ୍ରସ୍ତୁତ କରାଯାଉଛି। ବାସ୍ତବ ଯୁଦ୍ଧ ହେଲେ କିପରି ଶତ୍ରୁ ଟ୍ୟାଙ୍କଗୁଡ଼ିକୁ ଧ୍ବଂସ କରାଯିବ ସେ ବିଷୟରେ ତାୱଙ୍ଗ ଅଞ୍ଚଳରେ ସୈନିକମାନଙ୍କୁ ଶିଖାଯାଇଥିଲା।

ସୂଚନାଯୋଗ୍ୟ , ଗତବର୍ଷ ମେ ମାସରୁ ଚୀନ୍ ସୀମାନ୍ତରେ ଶାନ୍ତିଭଙ୍ଗ କରିଆସୁଛି। ସାମରିକ ଓ କୂଟନୈତିକ ସ୍ତରୀୟ ଅନେକ ପର୍ଯ୍ୟାୟ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସବୁ ପ୍ରାୟ ବିଫଳ ହୋଇଛି। କଥାବାର୍ତ୍ତା ସମୟରେ ଚୀନ୍ ଯାହା ପ୍ରତିଶ୍ରୁତି ଦେଉଛି ତାହା ରକ୍ଷା କରୁନାହିଁ। ଗତ ୧୦ ତାରିଖରେ ଶେଷ ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହୋଇଥିଲା। ଏଥିପାଇଁ ଉଭୟ ପକ୍ଷ ଉଭୟଙ୍କୁ ଦୋଷ ଦେଉଛନ୍ତି। ବର୍ତ୍ତମାନ ଏଲ୍‌ଏସି ପାଖରେ ଉଭୟ ପକ୍ଷରୁ ପ୍ରାୟ ୫୦,୦୦୦ରୁ ୬୦,୦୦୦ ସୈନ୍ୟ ମୁତୟନ କରାଯାଇଛି। ଏଭଳି ଉତ୍ତେଜନାମୟ ପରିସ୍ଥିତି ସମୟରେ ଭାରତୀୟ ସୈନିକଙ୍କ କଠୋର ତାଲିମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe