ତେଜିଲା ମରାଠା ସଂରକ୍ଷଣ ଆନ୍ଦୋଳନ

Advertisment
ତେଜିଲା ମରାଠା ସଂରକ୍ଷଣ ଆନ୍ଦୋଳନ

ମୁମ୍ବାଇ: ମହାରାଷ୍ଟ୍ରରେ ସଂରକ୍ଷଣକୁ ନେଇ ମରାଠାଙ୍କ ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ବନ୍ଦ ଓ ଆନ୍ଦୋଳନ ଆଜି ଉଗ୍ର ରୂପ ଧାରଣ କରିଛି। ବିକ୍ଷୋଭକାରୀଙ୍କ ମଧ୍ୟରୁ ଦୁଇଜଣ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ପରେ ଆନ୍ଦୋଳନ ତୀବ୍ରତର ହୋଇଛି। ବିକ୍ଷୋଭକାରୀ ଅଧିକ ହିଂସ୍ର ହୋଇଉଠି ଔରଙ୍ଗାବାଦ ଜିଲ୍ଲାର କାଇଗାଓଁଠାରେ ପୁଲିସ ଓ ଅଗ୍ନିଶମ ବାହିନୀର ଗାଡ଼ି ପୋଡ଼ିବା ସହିତ ପଥର ମାଡ଼ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ରିଜର୍ଭ ପୁଲିସ ବାହିନୀ (ଏସ୍‌ଆର୍‌ପିଏଫ୍‌)ର ୭ଟି ବାଟାଲିୟନ୍‌କୁ ନିୟୋଜିତ କରାଯାଇଛି। ଔରଙ୍ଗାବାଦରେ ଇଣ୍ଟରନେଟ୍‌ ସେବା ଅଚଳ କରାଯାଇଛି। ଆସନ୍ତାକାଲି ମରାଠା ସମ୍ପ୍ରଦାୟ ବନ୍ଦ ଡାକରା ଦେଇଛି। ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ଏବଂ ଏଥିରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରାଯାଇ ନାହିଁ ବୋଲି ମରାଠା କ୍ରାନ୍ତି ସମାଜ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe