ଭିଡିଓରେ ଦେଖନ୍ତୁ ସାମ୍ବାଦିକଙ୍କ ଉପରେ ଜୁଲମ୍‌: ପୋଷାକ ଖୋଲି ମାଡ଼ ଦେବା ସହ ମୁହଁରେ ପରିସ୍ରା କଲେ ପୁଲିସ

ଭିଡିଓରେ ଦେଖନ୍ତୁ ସାମ୍ବାଦିକଙ୍କ ଉପରେ ଜୁଲମ୍‌: ପୋଷାକ ଖୋଲି ମାଡ଼ ଦେବା ସହ ମୁହଁରେ ପରିସ୍ରା କଲେ ପୁଲିସ

Image Source: India Today

ନୂଆଦିଲ୍ଲୀ: ପଶ୍ଚିମ ଉତ୍ତର ପ୍ରଦେଶର ଶାମଲିରେ ଜଣେ ସାମ୍ବାଦିକଙ୍କୁ ଏସ୍‌ଏଚ୍‌ଓ ରାକେଶ କୁମାରଙ୍କ ନେତୃତ୍ୱରେ ଜିଆର୍‌ପିର ଦଳେ ପୁଲିସ ମଙ୍ଗଳବାର ରାତିରେ ମାରଧର କରିଛନ୍ତି। ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ସେ ସାମ୍ବାଦିକଙ୍କୁ ଦଳକଯାକ ପୁଲିସ ବିଧାଚାପୁଡ଼ା କଷି ଚାଲିଥିବା ଭିଡିଓରେ ଦେଖାଯାଉଛି।


ତାଙ୍କୁ ନିର୍ଯାତନା ଦିଆଯାଇଥିବା କଥା ପରେ ସେ ସାମ୍ବାଦିକଜଣକ କହିଛନ୍ତି। ଜାତୀୟସ୍ତରର ଏକ ନିଉଜ୍‌ ଚାନେଲ୍‌ର ସମ୍ପୃକ୍ତ ସେ ସାମ୍ବାଦିକ କହନ୍ତି: ସେମାନେ ସାଦା ପୋଷାକ ପିନ୍ଧିଥିଲେ। ଜଣେ ମୋ କ୍ୟାମେରାକୁ ପିଟିଲାରୁ ତାହା ତଳେ ପଡ଼ିଗଲା। ମୁଁ ତାକୁ ଉଠାଇ ଆଣିବାରୁ ସେମାନେ ମୋତେ ମାରଧର କରିବା ସହ ଗାଳି ଦେଲେ। ମତେ ହାଜତରେ ପୂରାଇଲେ, ମୋ ପୋଷାକପତ୍ର ଓହ୍ଲାଇ ଦେଇ ମୋ ପାଟିରେ ପରିସ୍ରା କଲେ।

ମଙ୍ଗଳବାର ରାତିରେ ସେ ସାମ୍ବାଦିକଜଣକ ଧୀମନପୁରରେ ଟ୍ରେନ୍‌ ଧାରଣାଚ୍ୟୁତ ଖବର ସଂଗ୍ରହ କରିବାକୁ ଯାଇଥିଲେ ବୋଲି କୁହାଯାଉଛି।

ତାଙ୍କୁ ଘୋଷାରି ଘୋଷାରି ଶାମଲିର ଜିଆର୍‌ପି ଥାନାକୁ ନିଆଯାଇ ହାଜତରେ ରଖାଯାଇଥିଲା। ରାତି ସାରା ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା। ତାଙ୍କୁ ଛାଡ଼ିବା ପାଇଁ ବୁଧବାର ସକାଳେ ଅର୍ଡର୍‌ ହୋଇଛି।

ଏବେ ସେ ସାମ୍ବାଦିକଙ୍କର ଦୁଇଟି ଭିଡିଓ ଟୁଇଟର୍‌ରେ ଭାଇରାଲ୍‌ ହୋଇଛି। ରେଳବାଇ ପୁଲିସ ଫୋର୍ସଙ୍କ ବିଷୟରେ ଗୋଟାଏ ନକାରାତ୍ମକ ଖବର ପରିବେଷଣ କରିଥିବାରୁ ଆକ୍ରୋଶ ରଖି ତାଙ୍କୁ ନିର୍ଯାତନା ଦିଆଯାଇଥିବା କଥା ସେ ତାଙ୍କ ସହକର୍ମୀମାନଙ୍କୁ କହିଛନ୍ତି।

ଏସ୍‌ଏଚ୍‌ଓ ରାକେଶ କୁମାର ଏବଂ କନେଷ୍ଟବଳ ସୁନୀଲ କୁମାରଙ୍କୁ ନିଲମ୍ବନ କରାଯାଇ ପୁଲିସ ଲାଇନ୍‌କୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe