୧୩ ରାଜ୍ୟରେ ଝଡ଼ତୋଫାନ ଆଶଙ୍କା

Advertisment

ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର

ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର

୧୩ ରାଜ୍ୟରେ ଝଡ଼ତୋଫାନ ଆଶଙ୍କା

ନୂଆଦିଲ୍ଲୀ: ଆସନ୍ତା ଦୁଇ ଦିନ ମଧ୍ୟରେ ୧୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଝଡ଼ତୋଫାନ ହେବବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ ସପ୍ତାହରେ ୫ଟି ରାଜ୍ୟରେ ଘୂର୍ଣ୍ଣିଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ୧୨୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ଥରେ ଘୂର୍ଣ୍ଣିଝଡ଼ ସମ୍ଭାବନା ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଭାରତୀୟ ପାଣିପାଗ ବିଭାଗ ସୁତ୍ରରୁ ଜଣାଯାଇଛି ଯେ ୬ଟି ଉତ୍ତରପୂର୍ବ ରାଜ୍ୟ ଆସାମ, ମେଘାଳୟ. ନାଗାଲାଣ୍ଡ୍‌, ମଣିପୁର, ମିଜୋରାମ୍‌ ଏବଂ ତ୍ରିପୁରାର ଅନେକ ଅଂଚଳରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ପଶ୍ଚିମ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକ୍କିମ, ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି।

ଆସନ୍ତାକାଲି ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ମଧ୍ୟ ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସାଙ୍ଗକୁ ପ୍ରବଳ ପବନ ସମ୍ଭାବନା ରହିଛି। ସେହିପରି ଚଣ୍ଡୀଗଡ଼, ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନର କିଛି ଅଂଶରେ ମଧ୍ୟ ଘୂର୍ଣ୍ଣିଝଡ଼ ହେବ ବୋଲି ଆକଳନ କରାଯାଇଛି। ମଙ୍ଗଳବାର ଦିନ ପଞ୍ଜାବ, ପୂର୍ବ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ୍‌, ତ୍ରିପୁରା, ଦକ୍ଷିଣ କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ କେରଳର କିଛି ଅଂଶରେ ଝଡ଼ ତୋଫାନ ସମ୍ଭାବନା ରହିଛି। ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନର କିଛି ଅଂଶରେ କୁଆପଥର ବର୍ଷା ସାଙ୍ଗକୁ ଝଡ଼ତୋଫାନ ହେବା ଆଶଙ୍କା ରହିଛି। ଦକ୍ଷିଣ କର୍ଣ୍ଣାଟକ ଏବଂ କେରଳର କିଛି ଅଂଶରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି। ଗତ ସପ୍ତାହରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଝଡ଼ତୋଫାନ ଆତଙ୍କ ଖେଳାଇ ଦେଇଥିଲା। ଆଗ୍ର୍ରା ନିକଟବର୍ତ୍ତୀ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଆଗ୍ରାରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନର ଭରତପୁରରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe