ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ଭୂକମ୍ପନ: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୧

Advertisment
ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ଭୂକମ୍ପନ: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୧

Image Source: Zee News

ଗୌହାଟି: ମଙ୍ଗଳବାର-ବୁଧବାର ରାତିରେ ଉତ୍ତରପୂର୍ବ ଭାରତରେ ଗୋଟାଏ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୬.୧ବୋଲି ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ କହିଛି। ସମଗ୍ର ଆସାମ ଓ ଅରୁଣାଚଳ ପ୍ରଦେଶ ଏବଂ ଚୀନ୍‌ ସୀମାନ୍ତକୁ ଲାଗିଥିବା କେତେକ ଅଞ୍ଚଳ, ତିବ୍ଦତ ଏବଂ ମିଅାଁମାରରେ ଏଥିଯୋଗୁଁ କମ୍ପନ ଅନୁଭୂତ ହୋଇଛି।

ଏହାର ତୀବ୍ରତା ୫.୯ ବୋଲି ପରେ ସଂଶୋଧନ କରି ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ ପୁଣି ଥରେ କହିଛି। ଡିବ୍ରୁଗଡ଼ ସହରର ଉତ୍ତରପଶ୍ଚିମ ପଟର ୧୧୪ କିଲୋମିଟର ଦୂର ଏବଂ ଭୂଗର୍ଭର ୯ କିଲୋମିଟର ଅଭ୍ୟନ୍ତରରେ ଥିଲା ଏହାର କେନ୍ଦ୍ରସ୍ଥଳ।

ଭାରତୀୟ ପାଣିପାଗ ସଂସ୍ଥାନ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧:୪୫ ମିନିଟ ସମୟରେ ପଶ୍ଚିମ ସିଆଙ୍ଗ୍‌ ଓ ଅରୁଣାଚଳ ପ୍ରଦେଶରେ ୫. ୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଉତ୍ତରକୁ ୨୮. ୬ଂ ଅକ୍ଷାଂଶ ଏବଂ ପଶ୍ଚିମକୁ ୯୪. ୪ଂ ଦ୍ରାଘିମା ଅଞ୍ଚଳସ୍ଥିତ ଭୂଗର୍ଭର ୧୦ କିଲୋମିଟର୍‌ ଗଭୀରରେ ଥିଲା ଏହାର କେନ୍ଦ୍ରସ୍ଥଳ।

ତିବ୍ଦତର କେତେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିବା କଥା ଚୀନ୍‌ର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥା ଜିନ୍‌ହୁଆ କହିଛି।
ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe