Powerful Earthquake in Pakistan: ଭୂକମ୍ପର ଡବଲ୍ ଝଟକାରେ ଦୋହଲିଗଲା ପାକିସ୍ତାନ… ଥରିଲା ସହର, ଛାନିଆରେ ଧାଇଁଲେ ଲୋକେ…

ସକାଳେ ସକାଳେ ପାକିସ୍ତାନରେ ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ପାକିସ୍ତାନର ମାଟି । ନିଦରୁ ଉଠୁଉଠୁ ଭୂକମ୍ପରେ ଥରିଲେ ଲୋକେ । ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ଥରିଗଲା ସହର, ଛାନିଆରେ ଧାଇଁଲେ ଲୋକେ…

Earthquake in Pakistan

Earthquake in Pakistan Photograph: (sambad.in)

ନୂଆଦିଲ୍ଲୀ: ସକାଳେ ସକାଳେ ପାକିସ୍ତାନରେ ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଦୋହଲିଗଲା ପାକିସ୍ତାନର ମାଟି । ନିଦରୁ ଉଠୁଉଠୁ ଭୂକମ୍ପରେ ଥରିଲେ ଲୋକେ । ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ଥରିଗଲା ସହର, ଛାନିଆରେ ଧାଇଁଲେ ଲୋକେ…

ତେବେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଥିବା ବେଳେ ରାତି ୨ଟାରେ ଥରେ ଏବଂ ଭୋର ୩ଟା ୯ରେ ପୁଣି ଥରେ ଭୂକମ୍ପର ଝଟକା ପାକିସ୍ତାନକୁ ଲାଗିଛି । ଭୂକମ୍ପ ବଡ ଧରଣର ହୋଇଥିଲେ ବି ଏଯାଏଁ କୌଣସି ମୃତାହତର ଖବର ଆସିନି । ମାତ୍ର ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । 

ଆହୁରି ପଢନ୍ତୁ- Crisis in Karnataka Congress: କ୍ଷମତା ଆବଣ୍ଟନକୁ ଅଢେଇ ବର୍ଷ ପୂରିଲା, ମୁଖ୍ୟମନ୍ତ୍ରୀ ଚୌକି ପାଇଁ ପୁଣି ଛକାପଞ୍ଝା ଆରମ୍ଭ ହେଲା…

ପୂର୍ବରୁ ଥରିଛି ପାକିସ୍ତାନ

ସେପଟେ ଭୂମିକମ୍ପର ଗଭୀରତା ୧୩୫ କିଲୋମିଟର ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ରହିଥିଲା । ପାକିସ୍ତାନରେ ଅନେକ ଥର ଭୂମିକମ୍ପ ହୋଇଛି। ଜୁନ୍ ୨୯ ତାରିଖରେ ମଧ୍ୟ ପାକିସ୍ତାନରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ମେ ୧୦ ତାରିଖରେ ପାକିସ୍ତାନରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ସେହିପରି ଏପ୍ରିଲ ୧୨ ତାରିଖରେ ପାକିସ୍ତାନରେ ୫.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା।

ଆହୁରି ପଢନ୍ତୁ- Horoscope November 21: ଜାଣନ୍ତୁ ଆଜିର ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe