ୟୁକ୍ରେନରେ ଜୋରଦାର ଲଢ଼େଇ: ରୁଷ୍‌ ୫ ମିସାଇଲ୍‌ ଆକ୍ରମଣରେ ଲଭିଭ୍‌ରେ ୬ ମୃତ, ଲୁହାନସ୍କରେ ୪

Advertisment

କ୍ରେମିନ୍ନାରେ ରାସ୍ତାଘାଟରେ ଲଢ଼େଇ, ସହର ଏବେ ରୁଷ୍‌ ଦଖଲରେ, ମାରିୟୁପୋଲ୍‌ରେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ୟୁକ୍ରେନ୍‌

କ୍ରେମିନ୍ନାରେ ରାସ୍ତାଘାଟରେ ଲଢ଼େଇ, ସହର ଏବେ ରୁଷ୍‌ ଦଖଲରେ, ମାରିୟୁପୋଲ୍‌ରେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ୟୁକ୍ରେନ୍‌

ୟୁକ୍ରେନରେ ଜୋରଦାର ଲଢ଼େଇ: ରୁଷ୍‌ ୫ ମିସାଇଲ୍‌ ଆକ୍ରମଣରେ ଲଭିଭ୍‌ରେ ୬ ମୃତ, ଲୁହାନସ୍କରେ ୪

Atlantic Council

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣକୁ ଜୋରଦାର କରିଛି। ଲଭିଭ୍‌ରେ ଗତକାଲି ରାତିରେ ରୁଷ୍ ୫ଥର ପ୍ରଚଣ୍ଡ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ପୂର୍ବ ଲୁହାନସ୍କ ଅଞ୍ଚଳରେ ବି ରୁଷ୍ ଗୋଳାବର୍ଷା କରୁଛି। ରୁଷ୍‌ ବାହିନୀ ଲୁହାନସ୍କର ଏକ ସହର କ୍ରେମିନ୍ନାରେ ପ୍ରବେଶ କରି ରାସ୍ତାଘାଟରେ ଲଢ଼େଇ ଚଳାଇଛି। ୩ ଦିନର ଲଢ଼େଇ ପରେ ରୁଷ୍‌ ସେନା ଉକ୍ତ ସହରକୁ ଦଖଲ କରିନେଇଛି। କିଛି ଲୋକ ଆଜି ଏକ କାର୍‌ ଯୋଗେ କ୍ରେମିନ୍ନା ଛାଡ଼ୁଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଖାରକିଭରେ ଲଗାତାର ଗୋଳାବର୍ଷା ଯୋଗୁଁ ଗତ ୪ ଦିନ ମଧ୍ୟରେ ୧୮ ଜଣଙ୍କ ମୃତ୍ୟୁ ହେଲାଣି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

କିବ୍‌ରେ ଗୋଳାବର୍ଷା ବଢ଼ୁଥିବାରୁ ଦ୍ବିତୀୟ ଦିନ ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଛି। କୌଣସି ମାନବୀୟ କରିଡର ଖୋଲିନାହିଁ ବୋଲି ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ କହିଛନ୍ତି। ମାରିୟୁପୋଲ୍‌କୁ ରୁଷ୍‌ ଅକ୍ତିଆର କରିବାପାଇଁ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨ ମାସର ରକ୍ତପାତ ଏବଂ ଲଢ଼େଇ ପରେ ରୁଷ୍‌ ମାରିୟୁପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିବା ଦାବି କରୁଛି। ଆତ୍ମସମର୍ପଣ କରିବାପାଇଁ ୟୁକ୍ରେନ୍‌ ସେନାକୁ ରୁଷ୍‌ ‌ଯେଉଁ ସମୟ ଦେଇଥିଲା ତାହା ଶେଷ ହୋଇସାରିଛି। କିନ୍ତୁ ୟୁକ୍ରେନ୍‌ ପ୍ରଧାନମନ୍ତ୍ରୀ ପ୍ରତିଜ୍ଞା କରି କହିଛନ୍ତି, ଯୁଦ୍ଧରେ ବିଜୟ ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ। ସମ୍ଭବ ହେଲେ ୟୁକ୍ରେନ୍‌ କୂଟନୈତିକ ଭାବେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ ଆତ୍ମସମର୍ପଣ କରିବା ଯୋଜନା ନାହିଁ ବୋଲି ସେ କହ‌ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe