ମହାରାଷ୍ଟ୍ରରେ ବିଜେପିକୁ ଶକ୍ତ ଝଟ୍‌କା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବେ ତିନି କେନ୍ଦ୍ର ମନ୍ତ୍ରୀ, ୫ ପୂର୍ବତନ ରାଜ୍ୟ ସଭାପତି

The Week

ଏମ୍‌ଭିଏକୁ ୪, ବିଜେପିକୁ ୧ ଆସନ
ନାଗପୁର ଏମ୍‌ଏଲ୍‌ସି ଆସନ କଂଗ୍ରେସ ଦଖଲରେ
ବିଜେପି ଏମ୍‌ଭିଏ ଶକ୍ତିକୁ ବୁଝିବାରେ ବିଫଳ: ଫଡ଼ନାବିସ

ମୁମ୍ବାଇ : ମହାରାଷ୍ଟ୍ର‌ରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ମହାରାଷ୍ଟ୍ରରେ ୬ ଆସନରେ ହୋଇଥିବା ବିଧାନ ପରିଷଦ ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ଆସନ ପାଇଛି। ଶାସକ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ତଥା ଏମ୍‌ଭିଏ (ମହା ବିକାଶ ଅଘାଡ଼ି) ୪ଟି ଆସନରେ ଜିତିଥିବା ବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ଅନ୍ୟ ଏକ ଆସନରେ ଜିତିଛନ୍ତି। ତେବେ ଶିବସେନାର ମେଣ୍ଟ ସହଯୋଗୀ ୪ଟି ଆସନରେ ଜିତିଥିଲେ ମଧ୍ୟ ଶିବସେନା କୌଣସି ଆସନ ପାଇନାହିଁ। ଶିବସେନାର ଏକମାତ୍ର ପ୍ରାର୍ଥୀ ଅମରାବତୀରେ ନିର୍ବାଚନ ହାରିଛନ୍ତି। ବିଜେପି କେବଳ ଧୁଲେ-ନନ୍ଦୁରବାର ଆସନରେ ଉପନିର୍ବାଚନ ଜିତିଛି। ପୂର୍ବରୁ ବିଜେପିର ଯେଉଁ ଅଞ୍ଚଳରେ ଦଖଲ ଥିଲା ବିଜେପି ସେହି ଅଞ୍ଚଳରେ ମଧ୍ୟ ହାରି ଯାଇଛି।

ବିଜେପିର ସବୁଠୁ ବଡ଼ ପରାଜୟ ହେଉଛି ନାଗପୁର ଆସନ। ଏବେ ଏହା କଂଗ୍ରେସ ଦଖଲକୁ ଯାଇଛି। ନାଗପୁର ଆସନକୁ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପ୍ରତିନିଧିତ୍ବ କରୁଥିଲେ। ଗଡ଼କରୀ ପ୍ରଥମେ ୧୯୮୯ରେ ଏଠାରେ ନିର୍ବାଚନ ଜିତିଥିଲେ। ୨୦୧୪ ଲୋକସଭା ନିର୍ବାଚନ ଲଢ଼ିବା ପୂର୍ବରୁ ସେ ୪ ଥର ନାଗପୁରରୁ ଜିତିଥିଲେ। ପୁ‌ନେରେ ମଧ୍ୟ ବିଜେପି ଜୋରଦାର ପ୍ରଚାର କରିଥିଲା। କିନ୍ତୁ ବିଜେପିର ଗଣିତ ଭୁଲ୍‌ ହୋଇଯାଇଛି। ଶରଦ ପାୱାରଙ୍କ ଏନ୍‌ସିପି ଔରଙ୍ଗାବାଦ୍‌ ଏବଂ ପୁନେ ଗ୍ରାଜୁଏଟ୍‌ସ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିଛି। ଗତ ମଙ୍ଗଳବାର ହୋଇଥିବା ଏହି ନିର୍ବାଚନ ଉଭୟ ବିଜେପି ଏବଂ ଏମ୍‌ଭିଏ୍‌ ପାଇଁ ଏକ ସମ୍ମାନର ପ୍ରସଙ୍ଗ ଥିଲା। ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସହ କହିଛନ୍ତି, ଦଳ ଏମ୍‌ଭିଏର ମିଳିତ ଶକ୍ତିକୁ ବୁ୍ଝିବାରେ ଭୁଲ୍‌ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe