ବଦଳିଲା ଶିକ୍ଷା ଢାଞ୍ଚା, ନୂଆ ଶିକ୍ଷା ନୀତି-୨୦୨୦ ଘୋଷଣା କଲେ କେନ୍ଦ୍ର ସରକାର

Advertisment
ବଦଳିଲା ଶିକ୍ଷା ଢାଞ୍ଚା, ନୂଆ ଶିକ୍ଷା ନୀତି-୨୦୨୦ ଘୋଷଣା କଲେ କେନ୍ଦ୍ର ସରକାର

photo by : newspatrolling.com

ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷା
୧୦+୨ ବଦଳରେ ଏଣିକି ୫+୩+୩+୪ ବ୍ୟବସ୍ଥା
ଭାରତରେ ବିଦେଶୀ ବିଶ୍ବବିଦ୍ୟାଳୟକୁ ଅନୁମତି
ଉଚ୍ଛେଦ ହେଲା ଏମ୍‌ ଫିଲ୍‌ ପାଠ୍ୟକ୍ରମ
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ ବଦଳିଲା

ନୂଆଦିଲ୍ଳୀ : କେନ୍ଦ୍ର ସରକାର ଆଜି ନୂଆ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରିଛନ୍ତି। ଏଥିରେ ସ୍କୁଲରୁ କଲେଜ ପର୍ଯ୍ୟନ୍ତ ଶିକ୍ଷା ଢାଞ୍ଚାରେ ବ୍ୟାପକ ପରିବର୍ତନ କରାଯାଇଛି। ୧୯୬୮ ଏବଂ ୧୯୮୬ ପରେ ତୃତୀୟ ଥର ପ୍ରଣୟନ କରାଯାଇଥିବା ଏହି ନୀତିରେ ତିନି ବର୍ଷ ବୟସରୁ ସ୍କୁଲ ଶିକ୍ଷ‌ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷା ପାଇଁ ଅଧିକାର ସୀମା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଭୟ ଘ‌େରାଇ ଏବଂ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ ସମାନ ଗାଇଡଲାଇନ୍ସ ବ୍ୟବସ୍ଥା କରାଯିବା ସହିତ ୟୁଜିସି ଏବଂ ଆଇସିଟିଇ ବଦଳରେ ଗୋଟିଏ ନିୟାମକ ସଂସ୍ଥା କାର୍ଯ୍ୟ କରିବ। ଏହାର ନାମ ରହିବ ଭାରତୀୟ ଉଚ୍ଚଶିକ୍ଷା ପରିଷଦ (ଏଚ୍‌ଇସିଆଇ)। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଶିକ୍ଷା ଫି ଉପରେ ସରକାର ସୀମା ଧାର୍ଯ୍ୟ କରିବେ। ନୂଆ ନୀତିର ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି ଅନୁସାରେ ଏମଫିଲ୍ ପାଠ୍ୟକ୍ରମକୁ ଉଚ୍ଛେଦ କରାଯାଇଛି। ୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର କରାଯାଇଛି। ୪ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ତେବେ ବିଏ, ବିଏସ୍‌ସି ଏବଂ ବିଭୋକାଲ କାର୍ଯ୍ୟକ୍ରମ ତିନି ବର୍ଷୀୟା ରହିବ। ଆଉ ଗୋଟିଏ ବର୍ଷ ଗବେଷଣା ପାଇଁ ରଖାଯାଇଛି। ଏହାସହିତ ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଲାଗି କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା କରାଯିବ। ନୀତିର ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦେଶର କ୍ୟାମ୍ପସ୍‌ ଖୋଲିବା ଲାଗି ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟମାନଙ୍କୁ ଏହି ଅନୁମତି ମିଳିବ। ସୂଚନାଯୋଗ୍ୟ ଯେ ଏହି ନିଷ୍ପତ୍ତି ହେଉଛି ବିଜେପି ସରକାର ଆଭିମୁଖ୍ୟର ପରିପନ୍ଥୀ। କାରଣ ଦେଶରେ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବା ଲାଗି ବିଜେପି ଦୃଢ଼ ବିରୋଧ କରୁଥିଲା।

ନୂଅ ନୀତି ସଂପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତନ କରାଯାଇ ଏହାକୁ ଶିକ୍ଷା ମନ୍ତ୍ରଣାଳୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe