biker dies in accident Photograph: (sambad.in)
ବେଙ୍ଗାଲୁରୁ: କର୍ଣ୍ଣାଟକର ବଲାରୀରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ଆବାସିକ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ। ସ୍କୁଲ ହଷ୍ଟେଲରେ ଏହି ଘଟଣା ଘଟିଥିଲା। ଛାତ୍ରମାନେ ନୈଶ ଭୋଜନ କରିବା ପରେ ଶୋଇବାକୁ ଯିବା ସମୟରେ ଅଭିଯୁକ୍ତ ଛାତ୍ର ଲୁହାରଡ ଓ ଧାରୁଆ ଉପକରଣରେ ହଷ୍ଟେଲ ଅନ୍ତେବାସୀଙ୍କୁ ଆକ୍ରମଣ କରିବା ପରେ ସେଠାରୁ ଫେରାର୍ ହୋଇଯାଇଥିଲେ।
ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ଆକ୍ରମଣ ପାଇଁ କେଉଁ ଅସ୍ତ୍ର ବ୍ୟବହାର କରାଯାଇଥିଲା ଓ ଏହା ପଛର ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ କରୁଛି। ମୃତ ଛାତ୍ର ଆନ୍ଧ୍ର ପ୍ରଦେଶର ବାସିନ୍ଦା। ବଲାରୀ ବିଜୟନଗର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ରେ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣା ସମୟରେ ୯ ଜଣ ଛାତ୍ର ଜଣେ ସାମାଜିକ ବିଜ୍ଞାନ ଶିକ୍ଷକଙ୍କ ତତ୍ତ୍ବାବଧାନରେ ଥିଲେ। ଶିକ୍ଷକ ଜଣକ ମଧ୍ୟ ଗଣ୍ଡଗୋଳରେ ହସ୍ତକ୍ଷେପ କରି ଆହତ ହୋଇଛନ୍ତି। ପୁଲିସ ଜୁଭେନାଇଲ ଆଇନ ଅନ୍ତର୍ଗତ ଏକ ମାମଲା ରୁଜୁ କରି ଫେରାର୍ ଛାତ୍ରକୁ ଖୋଜୁଛି।
Follow Us