ପାଣିରେ ବୁଡ଼ି ଯାଉଥିବା ବେଳେ ସାଙ୍ଗମାନଙ୍କ ସେଲ୍‌ଫିରେ କଏଦ ହେଲେ ବିଶ୍ୱାସ

ପାଣିରେ ବୁଡ଼ି ଯାଉଥିବା ବେଳେ ସାଙ୍ଗମାନଙ୍କ ସେଲ୍‌ଫିରେ କଏଦ ହେଲେ ବିଶ୍ୱାସ

ବାଙ୍ଗାଲୋର: ବାଙ୍ଗାଲୁରୁର ଜୟନଗରରେ ଥିବା ନେସ୍‌ନାଲ୍‌ କଲେଜର ଛାତ୍ର ବିଶ୍ୱାସ ଜି ରବିବାର ଏକ ପୋଖରୀରେ ବୁଡ଼ି ଯାଉଥିବା ଦୃଶ୍ୟ ତାଙ୍କ ସାଙ୍ଗମାନଙ୍କ ସେଲ୍‌ଫିରେ କଏଦ ହୋଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନେ ବାଙ୍ଗାଲୁରୁରୁ ୪୦ କିଲୋମିଟର ଥିବା ରାମନଗର ଜିଲ୍ଲାର କନକପୁର ନିକଟସ୍ଥ ରାଭଗୋନ୍ଦଲୁ ବେଟାରେ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ସେଠାରେ ସେମାନେ ଏକ ପୋଖରୀରେ ପଶି ଗାଧୋଇଥିଲେ। ପୋଖରୀ ପଶି ଗାଧାପାଧା କରି ମସ୍ତି କରୁଥିବା ସମୟରେ ବିଶ୍ୱାସ ପଛରେ ରହି ଯାଇଥିଲେ। ତାଙ୍କୁ ପହଁରା ଆସି ନଥିବାରୁ ସେ ଗଭୀର ପାଣିରେ ବୁଡ଼ିଯାଉଥିଲେ। ଏହି ସମୟରେ ବିଶ୍ୱାସଙ୍କ ସାଙ୍ଗମାନେ ଦଳ ହୋଇ ସେଲ୍‌ଫି ନେଉଥିଲେ। ସେହି ସେଲ୍‌ଫିଟିକୁ ପରବର୍ତ୍ତୀ ମୂହୁର୍ତ୍ତରେ ଦେଖିବାରୁ ସେଥିରେ ବିଶ୍ୱାସ ବୁଡ଼ିଯାଉଥିବା ବେଳର ଦୃଶ୍ୟ କଏଦ ହୋଇଥିଲା।

ସୋମବାର ଦିନ ବିଶ୍ୱାସଙ୍କ ମୃତ୍ୟୁ ନେଇ ତାଙ୍କ ବାପାମାଆ ଏବଂ ସଂପର୍କୀୟମାନେ ସୋମବାର କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ଅସାବଧାନତା ହେତୁ ଏପରି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe