ପ୍ରେମ ମାନିଲାନି ବୟସ, ସ୍କୁଲରେ ପଢ଼ାଉଥିବା ୨୬ବର୍ଷ ବଡ଼ ଶିକ୍ଷୟିତ୍ରୀଙ୍କୁ ବିବାହ କଲେ ଛାତ୍ର

Advertisment
ପ୍ରେମ ମାନିଲାନି ବୟସ, ସ୍କୁଲରେ ପଢ଼ାଉଥିବା ୨୬ବର୍ଷ ବଡ଼ ଶିକ୍ଷୟିତ୍ରୀଙ୍କୁ ବିବାହ କଲେ ଛାତ୍ର

ନୂଆଦିଲ୍ଲୀ: ୪୮ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ବିବାହ କଲେ ୨୨ବର୍ଷୀୟ ଛାତ୍ର। ସୋସିଆଲ ମିଡିଆରେ ଏହି ବିବାହକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବୟସ ମଧ୍ୟରେ ପାର୍ଥକ୍ୟ ୨୬ବର୍ଷ ଥିଲେ ବି ସମାଜ କଥାକୁ ବେଖାତିର କରି ଦୁହେଁ ପରସ୍ପରର ହାତ ଧରିବା ଖବର ଏବେ ଚାରିଆଡେ ଚର୍ଚ୍ଚାରେ। କୁହାଯାଉଛି ଯେ, ୪୮ବର୍ଷୀୟା ମହିଳାଙ୍କୁ ସ୍କୁଲରେ ଭେଟିଥିଲେ ୨୨ବର୍ଷୀୟ ଯୁବକ। ମହିଳାଜଣକ ସେହି ସ୍କୁଲରେ ପାଠ ପଢ଼ାଉଥିବା ବେଳେ ଯୁବକଜଣକ ସେଠାରେ ପାଠ ପଢ଼ୁଥିଲେ। ହେଲେ କେତେବେଳେ ସେ ନିଜଠାରୁ ୨୬ବର୍ଷ ବଡ଼ ମହିଳାଙ୍କୁ ମନ ଦେଇ ବସିଥିଲେ, ତାହା ‌ସେ ଜାଣିପାରିନିଲେ। ଘଟଣାଟି ଘଟିଛି ମାଲେସିଆରେ।

ମାଲେସିଆର ନ୍ୟୁଜ୍ ୱେବସାଇଟ୍ ନ୍ୟୁ ଷ୍ଟ୍ରେଟ୍ସ ଟାଇମ୍ସ ଅନୁଯାୟୀ ଯୁବକଙ୍କ ନାଁ ମହମ୍ମଦ ଡାନିଏଲ ଅହମ୍ମଦ ଅଲି ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁ ହେଉଛି ଜମିଲା ମହମ୍ମଦ। ୨୦୧୬ମସିହାରେ, ଯେତେବେଳେ ଡାନିଏଲ୍ ହାଇସ୍କୁଲରେ ପଢ଼ୁଥିଲେ, ଜମିଲା ତାଙ୍କର ଶିକ୍ଷୟିତ୍ରୀ ଥିଲେ। ସେ ସ୍କୁଲରେ ପିଲାଙ୍କୁ ମାଲୟ ଭାଷା ଶିଖାଉଥିଲେ।

ସେହି ଦିନଠାରୁ, ଡାନିଏଲ୍ ଜମିଲାଙ୍କୁ ବହୁତ ପସନ୍ଦ କରିବା ଆରମ୍ଭ କରିଥିଲେ। ବିଶେଷ କରି ଜମିଲା ଯେଉଁଭଳି ଭାବେ  ଛାତ୍ରଛାତ୍ରୀମାନଙ୍କର ଯତ୍ନ ନେଉଥିଲେ, ତାହା ଡାନିଏଲଙ୍କୁ ପସନ୍ଦ ଥିଲା। ଦିନ ବିତିବା ସହ ଡାନିଏଲ ଓ ଜମିଲାଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ଆରମ୍ଭ ହେଲା। ଦୁହେଁ କେବଳ ସ୍କୁଲରେ ଦେଖା ହୋଇ କଥା ହେଉଥିବା ବେଳେ ଦିନେ ଡାନିଏଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଜମିଲା ତାଙ୍କୁ ମେସେଜ କରିଥିଲେ। ଏହା ପରଠାରୁ ଦୁହେଁ ମେ‌‌ସେଜରେ କଥା ହେବା‌ ଆରମ୍ଭ କରିଥିଲେ। କିଛି ଦିନ କଥା ହେବା ପରେ ଜମିଲାଙ୍କୁ ଭଲପାଉଥିବା କହିଥିଲେ ଡାନିଏଲ। ହେଲେ ବୟସରେ ସାନ ଥିବାରୁ ଜମିଲା ଡାନିଏଲଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ହେଲେ ହାର୍ ମାନିନଥିଲେ ଡାନିଏଲ। ‌ସେ ଜମିଲାଙ୍କ ଘରକୁ ଯାଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ନିଜ ପାଇଁ ଡାନିଏଲଙ୍କ ମନରେ ଏତେ ଭଲପାଇବା ଦେଖି ଶେଷରେ ଜମିଲା ମଧ୍ୟ ଡାନିଏଲଙ୍କୁ ଭଲପାଉଥିବା ସ୍ବୀକାର କରିଥିଲେ। ଏହା ପରେ ଦୁହେଁ ପରିବାରର ଅନୁମତି ନେଇ ବିବାହ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe