ହାଇଦ୍ରାବାଦ: ବ୍ୟସ୍ତବହୁଳ ହାଇଦ୍ରାବାଦ-ମୁମ୍ବାଇ ଜାତୀୟ ରାଜପଥରେ ଆଜି ପରୀକ୍ଷା ଦେବାକୁ ଯାଉଥିବା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ସ୍ପଷ୍ଟ ଦିବାଲୋକରେ ଛୁରା ଭୁସି ହତ୍ୟା କରାଯାଇଛି। ପୁଲିସ୍ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। କୁକଟପଲ୍ଲୀର ପ୍ରତିଭା ମହାବିଦ୍ୟାଳୟର ଛାତ୍ର ଇ.ସୁଧୀର(୧୯) ତାଙ୍କ ଅନ୍ୟ ଦୁଇ ବନ୍ଧୁଙ୍କ ସହ ପରୀକ୍ଷା କେନ୍ଦ୍ରକୁ ମୋଟରସାଇକେଲରେ ଯାଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଛୁରାମାଡ଼ କରିଥିଲେ।
ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଙ୍କୁ ହତ୍ୟା
Advertisment
Follow Us