ସ୍ୱର୍ଣ୍ଣପଦକ ପାଇବାକୁ ଶିକ୍ଷାର୍ଥୀମାନେ ଶାକାହାରୀ ହେବା ଅପରିହାର୍ଯ୍ୟ: ପୁଣେ ବିଶ୍ୱବିଦ୍ୟାଳୟ

ସ୍ୱର୍ଣ୍ଣପଦକ ପାଇବାକୁ ଶିକ୍ଷାର୍ଥୀମାନେ ଶାକାହାରୀ ହେବା ଅପରିହାର୍ଯ୍ୟ: ପୁଣେ ବିଶ୍ୱବିଦ୍ୟାଳୟ

Image Courtesy of Deccan Chronicle

ପୁଣେ: ଜଣେ ଯୋଗଗରୁଙ୍କ ଦ୍ୱାରା ପରିଚାଳିତ ଏକ ଟ୍ରଷ୍ଟ୍‍ ଦ୍ୱାରା ପୁଣେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦିଆଯାଉଥିବା ସ୍ୱର୍ଣ୍ଣପଦକ ପାଇବା ନିମନ୍ତେ ବିଦ୍ୟାର୍ଥୀମାନେ ଶାକାହାରୀ ହେବା ସହ ମଦିରା ପାନ କରୁ ନ ଥିବା ଆବଶ୍ୟକ ବୋଲି ପ୍ରତିଷ୍ଠାନ ତରଫରୁ କୁହାଯାଇଛି।

ସାବିତ୍ରିବାଈ ଫୁଲେ ପୁଣେ ୟୁନିଭର୍ସିଟି ଏକ ସର୍କ୍ୟୁଲାର୍‌ ଯୋଗେ ଅନୁବନ୍ଧିତ କଲେଜ ଏବଂ ବିଭାଗଗୁଡ଼ିକୁ ସ୍ୱର୍ଣ୍ଣପଦକ ପ୍ରଦାନ ସଂକ୍ରାନ୍ତରେ ଜଣାଇ ଦେଇଛି। ଯୋଗ ମହର୍ଷି ରାମଚନ୍ଦ୍ର ଗୋପାଳ ଶେଲାର ଓରଫ୍‌ ଶେଲାର ମାମାଙ୍କ ନାମରେ ନାମିତ ଏହି ସ୍ୱର୍ଣ୍ଣପଦକ ଅଣବିଜ୍ଞାନ ପାଠ୍ୟକ୍ରମର ଶିକ୍ଷାର୍ଥୀଙ୍କୁ ୨୦୧୬-୧୭ ବର୍ଷ ପାଇଁ ପ୍ରଦାନ କରାଯିବ। ଶେଲାର୍‌ ମାମାଙ୍କ ଟ୍ରଷ୍ଟ୍‍ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଏହି ପଦକ ଯୋଗାଇ ଦିଆଯାଉଛି।

ସର୍କ୍ୟୁଲାର୍‌ରେ ଉଲ୍ଲେଖ ଥିବା ଯୋଗ୍ୟତା ଅନୁସାରେ ଗୋଟିଏ ହେଉଛି ଶିକ୍ଷାର୍ଥୀ ନିରାମିଷାହାରୀ ହେବା ସହ ମଦ୍ୟପାନ ନ କରୁଥିବା ଅପରିହାର୍ଯ୍ୟ।

ସେ ଯାହାହେଉ, ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ, ସେ ସର୍କ୍ୟଲାର୍‌ଟି ପୁରାତନ ଏବଂ ବିନା ବିଷୟବସ୍ତୁ ପରିବର୍ତ୍ତନରେ ପ୍ରତିବର୍ଷ ଜାରି କରାଯାଏ।
ମେରିଟ୍‌ରେ ସ୍ନାତକ ସମାପନ କରିଥିବା ବିଜ୍ଞାନ ଓ ଅଣବିଜ୍ଞାନ ଛାତ୍ରଙ୍କୁ ବର୍ଷେ ଛଡ଼ା ବର୍ଷେ (ଏ ବର୍ଷ ବିଜ୍ଞାନ ପାଇଁ ଦିଆଗଲେ ଆସନ୍ତା ବର୍ଷ ଦିଆଯିବ ଅଣବିଜ୍ଞାନ ପାଇଁ) ପଦକ ପ୍ରଦାନ କରାଯାଏ ବୋଲି ସର୍କ୍ୟୁଲାର୍‌ରେ ଉଲ୍ଲେଖ ରହିଛି। ଏହା ବ୍ୟତିରେକେ,ଶିକ୍ଷାର୍ଥୀ ଭାରତୀୟ ସଂସ୍କୃତି, ପରମ୍ପରାରେ ବିଶ୍ୱାସ କରିବା ସହ ସେସବୁ ନିଜର ଦୈନନ୍ଦିନ ଜୀବନରେ ଲାଗୁକରୁଥିବେ ଏବଂ ନୃତ୍ୟ, ଗାୟନ, ଭାଷଣ ଏବଂ ଲିଖନ ଏବଂ ଥିଏଟର୍‌ ଆଦି କାର୍ଯ୍ୟକଳାପରେ ପାରଙ୍ଗମ ହୋଇଥିବେ।

ଯୋଗ ଏବଂ ପ୍ରାଣାୟମ କରୁଥିବା ଶିକ୍ଷାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ଶୁକ୍ରବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି କି, ଶିକ୍ଷାର୍ଥୀଙ୍କ ଖାଦ୍ୟାଭ୍ୟାସ ଉପରେ ବିଶ୍ୱବିଦ୍ୟାଳୟର କୌଣସି ମତଭେଦ ନାହିଁ। ଖାଦ୍ୟ ମାନକ ସମ୍ବନ୍ଧରେ ଶେଲାର୍‌ମାମାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରାଯିବ।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଯୁବ ସେନା ନେତା ଆଦିତ୍ୟ ଥାକ୍‌ରେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଏଇଟା ବିଶ୍ୱବିଦ୍ୟାଳୟ ନା ରେସ୍ତୋରାଁ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe