ଆମ ପିଲାଙ୍କୁ ସରକାର ପଢାନ୍ତୁ: ୟୁକ୍ରେନରୁ ଫେରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Advertisment
ଆମ ପିଲାଙ୍କୁ ସରକାର ପଢାନ୍ତୁ: ୟୁକ୍ରେନରୁ ଫେରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

photo-tribune india

ନୂଆଦିଲ୍ଲୀ: ଆମ ପିଲାଙ୍କ ଭବିଷ୍ୟତ କଥା ସରକାର ଭାବନ୍ତୁ | ଯେଭଳି ଆମ ପିଲାଙ୍କ ଜୀବନ ସରକାର ବଞ୍ଚାଇଥିଲେ ଠିକ ସେହିପରି ତାଙ୍କ କ୍ୟାରିୟରକୁ ସୁରକ୍ଷିତ କରନ୍ତୁ | କିଛି ଏଭଳି ଦାବି ନେଇ ଏବେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରୁଛନ୍ତି ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ | ୟୁକ୍ରେନରେ ଋଷର ଆକ୍ରମଣ ଯୋଗୁଁ ଭାରତକୁ ଫେରିଆସିଥିବା ଛାତ୍ରଛାତ୍ରୀମାନଙ୍କ ପାଠପଢା କିଭଳି ପୁଣି ଆରମ୍ଭ ହୋଇପାରିବ, ସେହି ଦାବି ନେଇ ଅଭିଭାବକମାନଙ୍କ ସହ ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି | ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ରାଜ୍ୟମାନଙ୍କରେ ଥିବା ବିଶ୍ୱବିଦ୍ୟାଳୟରେ କିଭଳି ସେମାନଙ୍କ ଅଧ୍ୟୟନ ସମାପ୍ତ କରିହେବ ସେନେଇ କେନ୍ଦ୍ର ସରକାର ସହାୟତା କରନ୍ତୁ |

ଆଜି ଦିଲ୍ଲୀର ଜନ୍ତରମନ୍ତରରେ ୧୮ଟି ରାଜ୍ୟର ପ୍ରାୟ ୫୦୦ ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ପିତା ମାତା ବିକ୍ଷୋଭ କରିଛନ୍ତି | ଅଭିଭାବକମାନେ କହିଛନ୍ତି ଯେ "ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ବିପଦରେ ପଡିଛି କାରଣ ସେମାନେ ଯୁଦ୍ଧ ପାଇଁ ପାଠ ଛାଡିବାକୁ ବାଧ୍ୟ ହୋଇଛନ୍ତି | ସରକାର ଯେଭଳି ସେମାନଙ୍କୁ ବଞ୍ଚାଇ ୟୁକ୍ରେନରୁ ଫେରାଇ ଆଣିଛନ୍ତି ଠିକ ସେହିପରି ସେମାନଙ୍କ କ୍ୟାରିୟର ବାବଦରେ ଥରେ ଭାବନ୍ତୁ' |

ସୂଚନା ମୁତାବକ ମାର୍ଚ୍ଚ ୪ ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ନ୍ୟାସନାଲ ମେଡିକାଲ କମିଶନ କହିଥିଲେ ଯେ ଯୁଦ୍ଧ ଭଳି ସ୍ଥିତି ହେତୁ ବିଦେଶର ମେଡିକାଲ ସ୍ନାତକମାନେ ଭାରତରେ ସେମାନଙ୍କ ଇଣ୍ଟର୍ନସିପ୍‌ର ଅବଶିଷ୍ଟ ଭାଗ ପୂରଣ କରିବାକୁ ଯୋଗ୍ୟ ହୋଇଥିଲେ ବି କୌଣସି ବ୍ୟବସ୍ଥା ନାହିଁ। ସୂଚନା ଥାଉ କି, ପାଖାପାଖି ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନକୁ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ପଢିବାକୁ ଯାଇଥିଲେ | ଆଉ ଯୁଦ୍ଧ ପରେ ଏବେ ସେମାନେ ଭାରତ ଫେରିଆସିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe