ଛାତ୍ରୀଙ୍କୁ ୪୫୦ ଥର ଉଠବସ କରାଇବା ମହଙ୍ଗା ପଡ଼ିଲା; ଗିରଫ ହେଲେ ଶିକ୍ଷୟିତ୍ରୀ

ଛାତ୍ରୀଙ୍କୁ ୪୫୦ ଥର ଉଠବସ କରାଇବା ମହଙ୍ଗା ପଡ଼ିଲା; ଗିରଫ ହେଲେ ଶିକ୍ଷୟିତ୍ରୀ

Deccan Herald

ଥାଣେ: ଘରକୁ ଦିଆ ଯାଇଥିବା ପାଠ (ହୋମ୍‌ ଓ୍ଵାର୍କ) ସଂପାଦନ କରିବାରେ ବିଫଳ ହୋଇଥିବା ୮ ବର୍ଷ ବୟସ୍କା ଜନୈକା ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦଣ୍ଡବିଧାନ ସ୍ୱରୂପ ୪୫୦ ଥର ବସଉଠ କରାଇବା ଘଟଣା ଜନୈକା ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାରେ ଗୁରୁତର ହୋଇ ପଡ଼ିଥିବା ଛାତ୍ରୀ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଛାତ୍ରୀଙ୍କୁ ଏପରି ଅମାନବୀୟ ଭାବେ ଦଣ୍ଡିତ କରିଥିବା ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି ପୁଲିସ।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଏକ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସଂପୃକ୍ତା ଛାତ୍ରୀ ନୟାନଗରରେ ରହୁଥିବା ଲତା ନାମ୍ନୀ ଜନୈକା ଶିକ୍ଷୟିତ୍ରୀଙ୍କ ନିକଟକୁ ଘରୋଇ ଭାବେ ଟ୍ୟୁସନ୍‌ ହେବା ପାଇଁ ଯାଉଥିଲେ। ତେବେ, ଗତ ବୁଧବାର ସନ୍ଧ୍ୟାରେ ଛାତ୍ରୀଜଣକ ଟ୍ୟୁସନ୍‌ ପଢ଼ିବା ପାଇଁ ଶିକ୍ଷୟିତ୍ରୀ ଲତାଙ୍କ ନିକଟକୁ ଯାଇଥିବା ବେଳେ ସେ ଘରକୁ ଦିଆ ଯାଇଥିବା ପାଠ (ହୋମ୍‌ ଓ୍ଵାର୍କ) ସଂପାଦନ କରି ନଥିବା ଲତା ଦେଖିବାକୁ ପାଇଥିଲେ। ଏହି ଘଟଣାରେ ରାଗିଯାଇ ଶିକ୍ଷୟିତ୍ରୀ ଲତା ଦଣ୍ଡବିଧାନ ସ୍ୱରୂପ ୪୫୦ ଥର ଉଠବସ୍‌ ହେବା ପାଇଁ ଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

publive-image News Nation

ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶ ମାନି ଛାତ୍ରୀ ଜଣକ ଉଠବସ୍‌ ମଧ୍ୟ ହୋଇଥିଲେ। ତେବେ, ୪୫୦ ଥର ଉଠବସ ହୋଇ ରାତିରେ ଘରକୁ ଫେରିବା ବେଳକୁ ଛାତ୍ରୀ ଜଣକ ଆଉ ଚାଲିପାରୁ ନଥିଲେ। ଏବଂ ତାଙ୍କ ଗୋଡ଼ ସବୁ ଫୁଲି ଯାଇଥିଲା। ଏ ଅବସ୍ଥାରେ ଛାତ୍ରୀଙ୍କୁ ଦେଖି ତାଙ୍କ ମା’ ଯେତେବେଳେ ଘଟଣା ସଂପର୍କରେ ପଚାରିଥିଲେ, ସେ ତାଙ୍କୁ ସବୁକଥା କହିଥିଲେ। ଏହି ଘଟଣାର ଦୁଇ ସପ୍ତାହ ପୂର୍ବରୁ ଶିକ୍ଷୟିତ୍ରୀ ଲତା ସଂପୃକ୍ତା ଛାତ୍ରୀଙ୍କୁ ଏକ ବେତରେ ବାଡ଼େଇ ରକ୍ତାକ୍ତ ମଧ୍ୟ କରିଥିଲେ।
ପରେ, ଘଟଣା ସଂପର୍କରେ ଛାତ୍ରୀଙ୍କ ମା’ ନୟାନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୨୪ ଓ ଶିଶୁ ସୁରକ୍ଷା ଓ ଅଧିକାର ଆଇନ ବଳରେ ଶିକ୍ଷୟିତ୍ରୀ ଲତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe