ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇପଡିଲେ ଛାତ୍ର

Advertisment
ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇପଡିଲେ ଛାତ୍ର

ପାଟନା: ବୁଧବାର ଦିନ ବିହାରରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ତେବେ ପରୀକ୍ଷାର ପ୍ରଥମ ଦିନରେ ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରୁ ଅଜବ ମାମଲା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଯେତେବେଳେ ଜଣେ ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ, ସେ ହଠାତ୍ ବେହୋସ ହୋଇ ପଡିଗଲେ। ତେବେ ବେହୋସ ହେବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ପରୀକ୍ଷା କେନ୍ଦ୍ରରେ ବହୁ ସଂଖ୍ୟକ ଛାତ୍ରୀଙ୍କୁ ଦେଖି ପରୀକ୍ଷାର୍ଥୀ ମଣିଶଙ୍କର ଚେତା ହରାଇ ପଡିଯାଇଥିଲେ | ଏହା ପରେ ତାଙ୍କୁ ବିହାର ସରିଫ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରୀକ୍ଷାର୍ଥୀ ମଣିଶଙ୍କର, ଆଲାମା ଇକବାଲ କଲେଜର ଛାତ୍ର ହୋଇଥିବାବେଳେ ସେଠାରୁ ସେ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ।

ଆଲାମା ଇକବାଲ କଲେଜର ପରୀକ୍ଷା କେନ୍ଦ୍ର ନାଳନ୍ଦାର ଉଜ୍ଜ୍ୱଳ କନଭେଣ୍ଟ ସ୍କୁଲରେ ପଡ଼ିଥିଲା। ଯେତେବେଳେ ମଣିଶଙ୍କର ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ର ଭିତରେ ପହଞ୍ଚିଲେ, ସେଠାରେ ବହୁ ସଂଖ୍ୟାରେ ଛାତ୍ରୀ ବସିଥିବାର ଦେଖି ଡରିଯାଇଥିଲେ | ଆଉ ସେ ପରୀକ୍ଷା ଦେବେ କଣ ଚେତା ହରାଇ ପଡିଯାଇଥିଲେ | ପରୀକ୍ଷା କେନ୍ଦ୍ରରେ ସେ ଏକମାତ୍ର ଛାତ୍ର ଥିବାବେଳେ ଅନ୍ୟ ସମସ୍ତେ ଛାତ୍ରୀ ଥିଲେ । ମଣିଶଙ୍କରଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ପରୀକ୍ଷାର୍ଥୀ ନର୍ଭସ ହୋଇଯାଆନ୍ତି ଏବଂ ଚେତା ହରାଇବା ସ୍ୱାଭାବିକ। ଶହ ଶହ ଝିଅଙ୍କ ମଧ୍ୟରେ, କିପରି ଏବଂ କାହିଁକି କେନ୍ଦ୍ରରେ କେବଳ ଜଣେ ପୁଅଙ୍କୁ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା, ସେନେଇ ପ୍ରଶ୍ନ ଉଠାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe