ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଚିଠି ପରେ ଗାଁକୁ ଗଡ଼ିଲା ଵସ

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଚିଠି ପରେ ଗାଁକୁ ଗଡ଼ିଲା ଵସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖି ଗାଁ'ର ସମସ୍ୟା ଜଣାଇଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ | ଆଉ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପରେ ଛାତ୍ରୀଙ୍କର ସମସ୍ୟା ସମାଧାନ ହୋଇଛି | ଆଉ ଛାତ୍ରୀଙ୍କର ଏହି ପଦକ୍ଷେପକୁ ନେଇ ପ୍ରଶଂସା କରିଛନ୍ତି ଗ୍ରାମବାସୀ | ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନା ରଙ୍ଗାରେଡା ଜିଲ୍ଲାର ଚିଡେଡୁ ନିବାସୀ ପି ବୈଷ୍ଣବୀ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖି କହିଥିଲେ ଯେ କରୋନା ଭାଇରସ୍ ମହାମାରୀ ହେତୁ ତାଙ୍କ ଗାଁରେ ବସ୍ ସେବା ସ୍ଥଗିତ ରହିଛି। କିନ୍ତୁ ବସ୍ ଅଟକି ଥିବାରୁ ସେ, ତାଙ୍କ ଭଉଣୀ ଏବଂ ଭାଇ ସ୍କୁଲ ଏବଂ କଲେଜ ଯିବା କଷ୍ଟକର ହୋଇପଡୁଛି।

ପି ବୈଷ୍ଣବୀ ଲେଖିଥିଲେ ଯେ ବସ୍ ସେବା ବନ୍ଦ ହେତୁ ତାଙ୍କ ସାଙ୍ଗ ଏବଂ ଗ୍ରାମବାସୀ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ ଅଟୋ ରିକ୍ସା ଭଡା ଦେବାକୁ ଅସମର୍ଥ। କାରଣ ତାଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ଏବଂ ତାଙ୍କ ମା ଅଧିକ ଟଙ୍କା ରୋଜଗାର କରିବାରେ ଅସମର୍ଥ।

ପି ବୈଷ୍ଣବୀଙ୍କ ଚିଠି ପାଇବା ପରେ ମୁଖ୍ୟ ବିଚାରପତି ଏନ.ଭି ରମନ୍ନା ଟିଏସଆରସିଟିସି(ତେଲେଙ୍ଗାନା ପରିବହନ ସେବା)ର ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ବସ୍ ସେବା ଆରମ୍ଭ କରିବା ଉଚିତ, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରିବେ। ଏହା ଶିକ୍ଷାର ଅଧିକାର, ଏହା ପ୍ରଭାବିତ ହେବା ଉଚିତ ନୁହେଁ | ଏହା ପରେ ପରିବହନ ନିଗମର ଏମଡି ଟୁଇଟ୍ କରି କହିଛନ୍ତି ଯେ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପରେ ବସ୍ ସେବା ପୁଣି ଆରମ୍ଭ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe