ଆଉ ଏକ ବସ୍‌ରେ ଧକ୍କା ଖାଇଲା କେରଳ ସ୍କୁଲ୍‌ ଟ୍ରିପ୍‌ ବସ୍‌; ୫ ଛାତ୍ରଙ୍କ ସମେତ ୯ ମୃତ, ୩୫ ଆହତ

Advertisment
ଆଉ ଏକ ବସ୍‌ରେ ଧକ୍କା ଖାଇଲା କେରଳ ସ୍କୁଲ୍‌ ଟ୍ରିପ୍‌ ବସ୍‌; ୫ ଛାତ୍ରଙ୍କ ସମେତ ୯ ମୃତ, ୩୫ ଆହତ

Image Courtesy of India Today

ପଲକ୍କଡ଼: କେରଳର ପଲକଡ଼ ଅନ୍ତର୍ଗତ ବଡ଼କେଞ୍ଚେରୀରେ ରାଜ୍ୟ ପରିବହନ ବସ୍‌ ପଛରେ ଗୋଟାଏ ଘରୋଇ ପର୍ଯ୍ୟଟକ ବସ୍‌ ଧକ୍କା ଦେବାରୁ ୫ଜଣ ଛାତ୍ରଙ୍କ ସମେତ ୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ଆଜି ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁ କହିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, ବୁଧବାର ରାତି ପ୍ରାୟ ୧୧.୩୦ରେ ଦ୍ରୁତ ଗତିରେ ଯାଉଥିବା ଘରୋଇ ବସ୍‌ଟି ଗୋଟାଏ କାର୍‌କୁ ଟପି ଯିବାକୁ ଉଦ୍ୟମ କରିବା ବେଳେ କେରଳ ରାଜ୍ୟ ସଡ଼କ ପରିବହନ ବସ୍‌ର ପଛରେ ଧକ୍କାଖାଇଥିଲା। ଫଳରେ ଦୁଇଟିଯାକ ବସ୍‌ ରାସ୍ତାରୁ ଓଲଟି ପଡ଼ିଥିଲେ। ଏହି ଦୁର୍ଘଟଣାରେ ୫ଜଣ ଛାତ୍ର, ଜଣେ ଶିକ୍ଷକଙ୍କ ସମେତ ୯ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଘରୋଇ ବସ୍‌ର ଦ୍ରୁତ ଗତି ଓ ଚାଳକଙ୍କ ବେପରୁଆ ମନୋଭାବ ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି।

publive-image Image Courtesy of NDTV

ସେ କହିଛନ୍ତି, କେରଳର କୋଟ୍ଟାରକ୍କାରାରୁ ତାମିଲନାଡୁର କୋଇମ୍ବାଟୁର୍‌ ଯାଉଥିବା କେରଳ ରାଜ୍ୟ ସଡ଼କ ପରିବହନ ବସ୍‌ରେ ୮୧ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି।

ଘରୋଇ ବସ୍‌ରେ ଏର୍ଣ୍ଣାକୁଲମ୍‌ସ୍ଥିତ ବାସେଲିୟସ୍‌ ବିଦ୍ୟାନିକେତନ ସିନିୟର୍‌ ସେକେଣ୍ଡାରି ସ୍କୁଲ୍‌ର ୪୨ଜଣ ଶିକ୍ଷାର୍ଥୀ ଓ ୫ଜଣ ଶିକ୍ଷକ ପରିଭ୍ରମଣରେ ଯାଉଥିଲେ।

ଓଲଟି ପଡ଼ିଥିବା ସରକାରୀ ବସ୍‌କୁ କ୍ରେନ୍‌ ଯୋଗେ ସ୍ବାଭାବିକ ସ୍ଥିତି ଅଣାଯିବା ପରେ ଉଦ୍ଧାରକାରୀମାନେ ପ୍ରବେଶ କରି ‌ଯାତ୍ରୀମାନଙ୍କୁ ପଦାକୁ ଆଣିଥିଲେ।

ପଲକ୍କଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଆହତମାନଙ୍କ ମଧ୍ୟରୁ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ଏହି ଦୁର୍ଘଟଣାରେ ସମୁଦାୟ ୩୫ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe