ନୂଆଦିଲ୍ଲୀ : ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୫ ଜଣ କଲେଜ୍ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୨୬ ଜଣ ଆହତ ହୋଇଛନ୍ତି। ସାଂଲି ସ୍ଥିତ ଓ୍ଵାଲଚାନ୍ଦ କଲେଜ୍ର ୪୦ ଜଣ ବିଦ୍ୟାର୍ଥୀ ଛତ୍ରପତି ଶିବାଜୀଙ୍କ ୩୮୮ତମ ଜନ୍ମ ବାର୍ଷିକୀ ଉପଲକ୍ଷେ କୋହ୍ଲାପୁର୍ର ପନ୍ହଲା ଦୁର୍ଗରୁ ଶିବ ଜ୍ୟୋତି ଧରି ଏକ ଟ୍ରକ୍ରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସେମାନେ ସାଲିଂ ଫେରୁଥିବା ବେଳେ ଆଜି ଭୋର୍ ସାଢ଼େ ୪ଟା ବେଳେ ଏକ ବ୍ରିଜ୍ ଉପରେ ବିପରୀତ ଦିଗରୁ ମାଡ଼ି ଆସୁଥିବା ଜଣେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବା ଲାଗି ଟ୍ରକ୍ ଚାଳକ ହଠାତ୍ ବ୍ରେକ୍ ମାରିଦେଇଥିଲେ। ଫଳରେ ଦ୍ରୁତଗାମୀ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣାରେ ୫ କଲେଜ ଛାତ୍ର ମୃତ
Advertisment
Follow Us