ଦିଲ୍ଲୀ କଲେଜର ଛାତ୍ରଛାତ୍ରୀଙ୍କୁ ଏଣିକି ନିଜ କଲେଜରୁ ମିଳିବ ଲର୍ଣ୍ଣର ଡ୍ରାଇଭିଂ ଲାଇସେନସ୍‌

ଦିଲ୍ଲୀ କଲେଜର ଛାତ୍ରଛାତ୍ରୀଙ୍କୁ ଏଣିକି ନିଜ କଲେଜରୁ ମିଳିବ ଲର୍ଣ୍ଣର ଡ୍ରାଇଭିଂ ଲାଇସେନସ୍‌

ନୂଆଦିଲ୍ଲୀ: ଦିଲ୍ଲୀର କଲେଜ ଛାତ୍ରଛାତ୍ରୀମାନଙ୍କୁ ‘ଲର୍ଣ୍ଣର ଡ୍ରାଇଭିଂ ଲାଇସେନସ୍‌’ ପାଇଁ ପରିବହନ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ। କଲେଜ ପିଲାମାନଙ୍କୁ ସେମାନଙ୍କର କଲେଜ କର୍ତ୍ତୃପକ୍ଷ ଅଥବା ପଲିଟେକନିକ କଲେଜ ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ଦେବେ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାସ ଗେହଲଟ୍ ଶନିବାର ଘୋଷଣା କରିଛନ୍ତି।

ନିଜର ଟୁଇଟର ଆକାଉଣ୍ଟରେ ମନ୍ତ୍ରୀ ଗେହଲଟ୍ କହିଛନ୍ତି, ଦିଲ୍ଲୀ ସରକାର ଏ ନେଇ  କଲେଜର ନିର୍ଦ୍ଦେଶକ ଓ  ଅଧ୍ୟକ୍ଷମାନଙ୍କୁ ଲର୍ଣ୍ଣର ଲାଇସେନସ୍‌ ମଞ୍ଜୁରୀ କରିବା ପାଇଁ ଆଦେଶ ଦେଇଛନ୍ତି। ଏହାକୁ ମଜାଦାର ଶୈଳୀରେ ସେ କହିଛନ୍ତି,  ଦିଲ୍ଲୀରେ  ପାଠ ପଢୁଛନ୍ତି କି? ଯଦି ହଁ, ତା’ହେଲେ ଆପଣଙ୍କର ଲର୍ଣ୍ଣର ଲାଇସେନସ୍‌ ନିଜ କଲେଜରୁ ନିଅନ୍ତୁ ବୋଲି ସେ କହିଛନ୍ତି।

ଲର୍ଣ୍ଣର ଲାଇସେନସ୍‌ର ଅବଧି ୬ ମାସ ପାଇଁ ରହିବ। ସରକାରଙ୍କ ପ୍ରାଥମିକ ପଦକ୍ଷେପରୁ ଦିଲ୍ଲୀର କଲେଜ, ପଲିଟେକନିକ୍‌ କଲେଜ ଓ ଆଇଟିଆଇର ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟୁଇଟ କରି କହିଛନ୍ତି, ଏହା ସରକାରଙ୍କ ବଡ଼ ପଦକ୍ଷେପ। ଏହାଦ୍ୱାରା ଦୁର୍ନୀତି କମିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe