ରୢାଗିଂ ଭୟରେ କୋଠାରୁ ଡେଇଁଲେ ଛାତ୍ର: ୨ ଗିରଫ, ଜଣେ ଫେରାର

Advertisment

୧୮ ଛାତ୍ରଙ୍କୁ ରଷ୍ଟିକେଟ୍ କଲା ଦିବ୍ରୁଗଡ଼ ବିଶ୍ବବିଦ୍ୟାଳୟ

୧୮ ଛାତ୍ରଙ୍କୁ ରଷ୍ଟିକେଟ୍ କଲା ଦିବ୍ରୁଗଡ଼ ବିଶ୍ବବିଦ୍ୟାଳୟ

ରୢାଗିଂ ଭୟରେ କୋଠାରୁ ଡେଇଁଲେ ଛାତ୍ର: ୨ ଗିରଫ, ଜଣେ ଫେରାର

ଦିବ୍ରୁଗଡ଼: ଆସାମ ଦିବ୍ରୁଗଡ଼ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ରବିବାର ରୢାଗିଂ ଭୟରେ ପିଏନ୍‌ଜିବି ହଷ୍ଟେଲ କୋଠାରୁ ଡେଇଁବା ପରେ ପୁଲିସ ଦୁଇଜଣ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଉଛନ୍ତି ପରଂଜିତ ବରୁଆ ଓ ନିରଞ୍ଜନ ଠାକୁର। ତେବେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ରାହୁଲ ଛେତ୍ରୀ ଫେରାର ଅଛି। ଏହି ତିନିଜଣ ଛାତ୍ର ଆନନ୍ଦ ଶର୍ମା ନାମକ କନିଷ୍ଠ ଛାତ୍ର ଉପରେ ରୢାଗିଂ କରୁଥିଲେ। ଦୁଇ ମହଲା କୋଠାରୁ ଡେଇଁଥିବା ଛାତ୍ରକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ର ଅବସ୍ଥା ଏବେ ଅତ୍ୟନ୍ତ ଗୁରୁତର ରହିଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଏହି ଘଟଣାରେ ଦିବ୍ରୁଗଡ଼ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୮ ଜଣ ଛାତ୍ରଙ୍କୁ ରଷ୍ଟିକେଟ୍ (ବହିଷ୍କାର) କରାଯାଇଥିବା ବେଳେ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe