ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ବାଟ ଆପଣାଇଲେ ଛାତ୍ର

Advertisment
ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ବାଟ ଆପଣାଇଲେ ଛାତ୍ର

oneindia.com

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଦେବା ଘଟଣା ଏବେ ଦେଶରେ ଆଲୋଚନାର ବିଷୟ ପାଲଟିଛି। ସାରା ଦେଶବାସୀ ଏବେ ପ୍ରିୟା(ଛଦ୍ମନାମ)ଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। କିଛି ମହମବତୀ ଧରି ନ୍ୟାୟ ପାଇଁ ଦାବି କରୁଥିବା ବେଳେ କିଛି ସୋସିଆଲ ମିଡିଆରେ ନ୍ୟାୟ ଦେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ତେଲେଙ୍ଗାନାର ଜଣେ ଯୁବକ ପୀଡ଼ିତାଙ୍କ ନ୍ୟାୟ ଦେବା ଦାବିରେ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଳଟିଛି। ଛାତ୍ରଜଣଙ୍କ ଏକ ଉଚ୍ଚ କୋଠାକୁ ଚଢ଼ି ଯାଇ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି ବୋଲି ଧମକ ଦେବା ଆରମ୍ଭ କରିଥିଲେ।

publive-image oneindia.com

ସୂଚନା ମୁତାବକ, ଘଟଣାଟି ତେଲେଙ୍ଗାନାର ଖମ୍ମମ ଜିଲ୍ଲାର। ହଠାତ୍ ଛାତ୍ରଜଣଙ୍କ ଏକ ଉଚ୍ଚ କୋଠା ଉପରକୁ ଯାଇ ଆତ୍ମହତ୍ୟାର ଧମକ ଦେବା ଆରମ୍ଭ କରିଥିଲା। ପ୍ରଥମେ କେହି କିଛି ବୁଝି ପାରି ନଥିବା ବେଳେ ପରେ ଛାତ୍ରଜଣଙ୍କ ମୃତ ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଏଭଳି କରିଥିବା ଜଣା ପଡ଼ିଥିଲା। ଛାତ୍ରଙ୍କ ଦାବି ଥିଲା କି, ହାଇଦ୍ରାବାଦରେ ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଯେଉଁମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି ସେମାନଙ୍କୁ ତୁରନ୍ତ ଫାଶୀ ମିଳୁ। ପୀଡ଼ିତା ଓ ତାଙ୍କ ପରିବାରକୁ ଯେତେ ଶୀଘ୍ର ସମ୍ଭବ ନ୍ୟାୟ ମିଳୁ। ଛାତ୍ରଙ୍କ ଏଭଳି ପଦକ୍ଷେପ ଦେଖି ତୁରନ୍ତ ଘଟଣାସ୍ଥଳକୁ ପୁଲିସକୁ ଡ଼କାଯାଇଥିଲା। ପୁଲିସ ଛାତ୍ରଙ୍କୁ କିଛି ସମୟ ବୁଝାଇବା ପରେ ଛାତ୍ରଜଣଙ୍କ ତଳକୁ ଓହ୍ଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe