ହଷ୍ଟେଲ୍‌ରେ ଆଳୁ ତରକାରି ପାଇଁ ଛାତ୍ର-ପ୍ରିନ୍‌ସିପାଲ୍‌ ହାତାହାତି

Advertisment
ହଷ୍ଟେଲ୍‌ରେ ଆଳୁ ତରକାରି ପାଇଁ ଛାତ୍ର-ପ୍ରିନ୍‌ସିପାଲ୍‌ ହାତାହାତି

ମୁରୈନା: ମଧ୍ୟପ୍ରଦେଶର ମୁରୈନା ଅନ୍ତର୍ଗତ ଏକ ‘ଆଇଟିଆଇ’ ହଷ୍ଟେଲ୍‌ରେ ଆଳୁ ତରକାରି କଥାକୁ ନେଇ ଅନୁଷ୍ଠାନର ପ୍ରିନ୍‌ସିପାଲ୍‌ ଓ ହଷ୍ଟେଲ୍‌ରେ ରହୁଥିବା କେତେକ ଛାତ୍ରଙ୍କ ମଧ୍ୟରେ ମାରଧର ହୋଇଥିବା କଥା ଅନୁଷ୍ଠାନର କର୍ତ୍ତୃପକ୍ଷମାନେ କହିଛନ୍ତି।

ଘଟଣାଟି ଗୁରୁବାର ଦିନ ରାଜ୍ୟ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥର ଜାଦେରୁଆ ଅଞ୍ଚଳରେ ଘଟିଛି। କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ହଷ୍ଟେଲ୍‌ର ‘ମେନୁ’ରେ ଉଲ୍ଲେଖ ନ ଥିଲେ ବି ଆମକୁ କେବଳ ଆଳୁ ତରକାରି ଦିଆଯାଉଛି ବୋଲି ମୋହକ ନାମରେ ଜଣେ ଛାତ୍ର ‘ଆଇଟିଆଇ’ ପ୍ରତିଷ୍ଠାନର ପ୍ରିନ୍‌ସିପାଲ୍‌ ବା ଅଧ୍ୟକ୍ଷ ଜି. ଏସ୍‌.ଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ।

publive-image Image Grabbed Form Video

ଏହା ପୂର୍ବରୁ ମଧ୍ୟ ଛାତ୍ରମାନେ ଏ ସଂକ୍ରାନ୍ତରେ ଦରଖାସ୍ତ ଦେଇଥିଲେ, କିନ୍ତୁ ପ୍ରିନ୍‌ସିପାଲ୍‌ ତାହାକୁ ହେୟଜ୍ଞାନ କରିଥିଲେ ବୋଲି କୁହାଯାଉଛି। ଏହି କଥାକୁ ନେଇ ଗୁରୁବାର ଦିନ ପ୍ରିନ୍‌ସିପାଲ୍‌ ଓ ମୋହକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ପ୍ରିନ୍‌ସିପାଲ୍‌ ମୋହକଙ୍କ ହାତକୁ ଝିଙ୍କି ଦେବାରୁ ଧସ୍ତାଧସ୍ତି ଓ ହାତ ଉଠାଉଠି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଛାତ୍ରମାନେ ଉଭୟଙ୍କୁ ନିବୃତ୍ତ କରିବାକୁ ଉଦ୍ୟମ କରିଥିଲେ।

publive-image Image Courtesy of India Today

ପରେ ଛାତ୍ରମାନେ ଏ ପ୍ରସଙ୍ଗରେ ମୁରୈନା ଜିଲ୍ଲାପାଳ ଅଙ୍କିତ ଆସ୍ଥାନାଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ଘଟଣା ବୁଝିବା ଲାଗି ସେ ତହସିଲ୍‌ଦାର କୁଳଦୀପ ଦୁବେଙ୍କୁ ନିର୍ଦେଶ ଦେଇଛନ୍ତି।

ତହସିଲ୍‌ଦାର୍‌ ଦୁବେ ଉକ୍ତ ହଷ୍ଟେଲ୍‌କୁ ବୁଲିଯାଇ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିଥିବା କଥା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe