ଛାତ ଖସିପାରେ ବୋଲି ଶିକ୍ଷକଙ୍କୁ କହିଥିଲି, ହେଲେ ସେମାନେ ଅଣଦେଖା କରିଦେଇଥିଲେ: ରାଜସ୍ଥାନ ସ୍କୁଲ ଛାତ୍ରୀ

New Project (7)

ନୂଆଦିଲ୍ଲୀ: ରାଜସ୍ଥାନର ଝାଲାବାଡ଼ ଜିଲ୍ଲାସ୍ଥିତ ପିପଲୋଡ଼ ଗ୍ରାମରେ ଶୁକ୍ରବାର ସକାଳେ ଏକ ପ୍ରାଥମିକ ସ୍କୁଲ୍‌ ଛାତ ଭୁଶୁଡ଼ି ପଡ଼ିଥିଲା।ଏହା ଫଳରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସହ ୨୯ରୁ ଅଧିକ ଜଣ ଆହତ ହୋଇଥିଲେ।  ପିଲାମାନେ ଶ୍ରେଣୀଗୃହ‌ରେ ଥିବାବେଳେ ହଠାତ୍‌ ଛାତ ଭୁଶୁଡ଼ି ପଡ଼ିଥିବା କୁହାଯାଉଥିଲା। ହେଲେ ଏବେ ସ୍କୁଲର ଜଣେ ଛାତ୍ରୀ ଦୁର୍ଘଟଣା ପୂର୍ବରୁ ଚେତାଇଥିଲି ବୋଲି କହିଛନ୍ତି।

"ଯେତେବେଳେ ଆମେ ସ୍କୁଲରେ ପହଞ୍ଚିଲୁ, ଶିକ୍ଷକ ଆମକୁ ସକାଳ ପ୍ରାର୍ଥନା ପାଇଁ ଶ୍ରେଣୀଗୃହରେ ଅପେକ୍ଷା କରିବାକୁ କହିଥିଲେ। ତା'ପରେ ଛାତରୁ କିଛି ପଥର ଖଣ୍ଡ ପଡ଼ିବାକୁ ଲାଗିଲା। ଜଣେ ଛାତ୍ର ତୁରନ୍ତ ଶିକ୍ଷକଙ୍କୁ ଜଣାଇଲେ। ହେଲେ ଶିକ୍ଷକ କହିଲେ, 'କିଛି ପଡ଼ିନାହିଁ। ଚିନ୍ତା ନକରି ଶ୍ରେଣୀଗୃହରେ ରୁହ।' ଏହାର କିଛି ସମୟ ପରେ ଛାତ ଭୁଶୁଡ଼ି ପଡ଼ିଲା। ମୁଁ ଅଳ୍ପକେ ବର୍ତ୍ତିଗଲି। କିନ୍ତୁ ଅନ୍ୟମାନେ ଫସିଗଲେ" ବୋଲି ଜଣେ ଛାତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।  

ଅନ୍ୟଜଣେ ଛାତ୍ର କହିଛନ୍ତି ଯେ, "ଛାତର ଅବସ୍ଥା ନେଇ ଆମେ ଅନେକ ଥର ଅଭିଯୋଗ କରିଥିଲେ ବି କେହି ଶୁଣୁନଥିଲେ। ଘଟଣା ଘଟିବା ପୂର୍ବରୁ ଶିକ୍ଷକ ବସି ଜଳଖିଆ ଖାଉଥିଲେ। ଛାତରୁ ପଥର ଖସୁଥିବା ଶୁଣି ମଧ୍ୟ ଆସିନଥିଲେ।"

ତେବେ ଘଟଣା ଘଟିବା ପରେ ତୁରନ୍ତ  ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ମଧ୍ୟ  ୭ ଜଣ ଛାତ୍ରଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଏବେ ଅନ୍ୟ ୨୯ ଜଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।  ମିଳିଥିବା ସୂଚନାନୁଯାୟୀ ଏହି କୋଠାଟି ୨୦ ବର୍ଷ ପୁରୁଣା। କୋଠାର ଛାତ ପଥର ସ୍ଲାବ୍‌ରେ ନିର୍ମାଣ ହୋଇଥିବାରୁ ଏହା ଅଧିକ ଘାତକ ହୋଇଥିଲା।  ଘଟଣା ଘଟିବା ସମୟରେ ସ୍କୁଲ୍‌ରେ ୩୫ ଜଣ ଛାତ୍ର ଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe