ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା। ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ବାଧ୍ୟତାମୂଳକ ହେଲା 'ବନ୍ଦେ ମାତରମ୍' ପାଠ କରିବା। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ଗୋରଖପୁରରେ ଏକ 'ଏକତା ଯାତ୍ରା' (ଏକତା ମାର୍ଚ୍ଚ) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ବିରୋଧ କରିବାର କୌଣସି ଅର୍ଥ ନାହିଁ: CM ଯୋଗୀ
ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, 'ବନ୍ଦେ ମାତରମ୍'କୁ ବିରୋଧ କରିବାର କୌଣସି ଅର୍ଥ ନାହିଁ। ଏହାକୁ ବିରୋଧ କରିବା ଭାରତର ବିଭାଜନ ପଛର ଏକ ବଡ଼ କାରଣ ଥିଲା। ତେଣୁ ଏବେ ଏହାକୁ ବିରୋଧ ନକରି ଏହି ନିୟମର ପାଳନ କରାଯିବା ଉଚିତ୍।
ସେ ଆହୁରି କହିଛନ୍ତି, "ଆମକୁ ଆମର ଆଲୋଚନାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସାମିଲ କରିବାକୁ ହେବ। ଆମେ ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ 'ବନ୍ଦେ ମାତରମ୍' ପାଠକୁ ବାଧ୍ୟତାମୂଳକ କରିବୁ ଯାହା ଦ୍ଵାରା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମନରେ ଭାରତ ମାତା ଏବଂ ମାତୃଭୂମି ପ୍ରତି ସମ୍ମାନ ଓ ଭକ୍ତିର ଭାବନା ବିକଶିତ ହେବ।"
ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଆରମ୍ଭ ହୋଇଛି ବିବାଦ
ଜାତୀୟ ଗୀତକୁ ନେଇ ରାଜନୈତିକ ବିବାଦ ଚାଲିଥିବା ବେଳେ ଯୋଗୀ ଆଦିତ୍ୟନାଥଙ୍କ ଏହି ଘୋଷଣା କରିଛନ୍ତି। ଗୀତର ଗୁରୁତ୍ୱପୂର୍ଣ୍ଣ ପଦଗୁଡ଼ିକୁ ୧୯୩୭ ମସିହାରେ ବାଦ ଦିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ ଦାବି କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ସେ କହିଥିଲେ ଯେ, "ବନ୍ଦେ ମାତରମ୍'ର ଏକ ଅଂଶ ହଟାଇବା ବିଭାଜନର ବୀଜ ବୁଣିଥିଲା। ଏପରି "ବିଭାଜନକାରୀ ମାନସିକତା" ଦେଶ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି।" ପ୍ରଧାନମନ୍ତ୍ରୀ ଦେଇଥିବା ଏହି ମନ୍ତବ୍ୟ ପାଇଁ କଂଗ୍ରେସ ତାଙ୍କୁ କ୍ଷମା ମାଗିବାକୁ କହିଆସୁଛି।
ଏହି ବିବାଦ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ, ଆର୍ଏସ୍ଏସ୍ ଭାରତର ଜାତୀୟ ଗୀତ ଅପେକ୍ଷା ‘ନମସ୍ତେ ସଦା ବତ୍ସଳେ’ ଗାଇବାକୁ ପସନ୍ଦ କରେ। ଏହା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଯେ, ଯେଉଁମାନେ ଆଜି ଜାତୀୟତାବାଦର ଆତ୍ମଘୋଷିତ ଅଭିଭାବକ ବୋଲି ଦାବି କରୁଛନ୍ତି - ଆର୍ଏସ୍ଏସ୍ ଓ ବିଜେପି, ସେମାନେ କେବେ ବି ‘ବନ୍ଦେ ମାତରମ୍’ ଗାଇନାହାନ୍ତି।
ଆହୁରି ପଢ଼ନ୍ତୁ: Sunil Gavaskar: କିଛି ନିର୍ଲଜ୍ଜ ଲୋକ ପୁରସ୍କାର ରାଶି ଦେବାକୁ କହି ଠକିଦେବେ, ମନ ଦୁଃଖ କରିବନି; ମହିଳା କ୍ରିକେଟ ଟିମକୁ ଚେତାଇଲେ ସୁନୀଲ
ଆହୁରି ପଢ଼ନ୍ତୁ: Assembly Winter Session: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/10/untitled-8-2025-11-10-13-54-15.jpg)