ସୂଚନା କମିସନର ପଦବି ପୂରଣ ନେଇ ୭ ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସୂଚନା କମିସନର ପଦବି ପୂରଣ ନେଇ ୭ ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୮ଟି ରାଜ୍ୟରେ ଖାଲି ପଡ଼ିଥିବା ସୂଚନା କମିସନର ପଦବି ପୂରଣ ନେଇ ସୁପ୍ରିମକୋର୍ଟ ତଥ୍ୟ ମାଗିଛନ୍ତି। ସୁପ୍ରିମକୋର୍ଟ ୭ ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଦାୟର କରାଯାଇଥିବା ପିଟିସନର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲେଙ୍ଗାନାକୁ ସୁପ୍ରିମକୋର୍ଟ ରିପୋର୍ଟ ମାଗିଛନ୍ତି। ଓଡ଼ିଶାରେ ମୁଖ୍ୟଙ୍କ ସହ ୩ଜଣ କମିସନର ଥିବା ବେଳେ ୮ଟି ପଦବି ଖାଲି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe