ବଜାରର ଅଳିଆଗଦା ପାଖରେ ଚୌକି ପକାଇ ବସିଲେ ବିଚାରପତି

ବଜାରର ଅଳିଆଗଦା ପାଖରେ ଚୌକି ପକାଇ ବସିଲେ ବିଚାରପତି

ଏର୍ଣ୍ଣାକୁଲମ: ସ୍ୱଚ୍ଛ ଭାରତ ଅଘିଯାନ ନେଇ କେବଳ କଥା କହିଲେ ହେବ ନାର୍ହିଁ। ଏଥିପାଇଁ ନିଜ ଭିତରେ ଆନ୍ତରିକତା ରହିବା ଉଚିତ। ଆଉ ଏପରି କରି ଦେଖାଇଛନ୍ତି କେରଳର ଏର୍ଣ୍ଣାକୁଳମ ସହରର ଜଣେ ସବ୍‌ ଜଜ୍‌। ଅଳିଆ ନ ଉଠିବା ପ୍ରତିବାଦରେ ଅଳିଆଗଦା ନିକଟରେ ଚେୟାର ପକାଇ ବସି ରହିବାରୁ ଶେଷରେ ପୌର କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେଠାରୁ ଅଳିଆ,ଆବର୍ଜନା ସଫା କରିଛନ୍ତି।

publive-image
ଏର୍ଣ୍ଣାକୁଲମ ସହରର ଏକ ପରିବା ଓ ଫଳ ବଜାରରୁ ମାସ ମାସ ଧରି ଅଳିଆ ଉଠୁ ନ ଥିଲା। ଲୋକେ ଏ ନେଇ ଏର୍ଣ୍ଣାକୁଲମ ନଗରପାଳିକାକୁ ବାରମ୍ବାର କହିବା ସତ୍ତ୍ୱେ କେହି କିଛି ଶୁଣୁ ନ ଥିଲେ। ଦିନକୁ ଦିନ ଅଳିଆ,ଆବର୍ଜନା ବଢ଼ିବଢ଼ି ଚାଲିଥିଲା। ଆଉ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା। ତେବେ ବ୍ୟବସାୟୀଙ୍କ ସୌଭାଗ୍ୟକୁ ସହରରେ ଖୋଲିଥିବା ବେଆଇନ ଦୋକାନ ସମ୍ପର୍କରେ ତଦାରଖ କରିବାକୁ ଆସିଥିଷଳ ଏର୍ଣ୍ଣାକୁଲମ ଜିଲ୍ଲା ସବ୍‌ ଜଜ୍‌ ତଥା ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣର ସଚିବ ଏଏମ ବସୀର। ଆଉ ଦୋକାନୀମାନେ ତାଙ୍କୁ ଭେଟି ଏହି ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ। ତେବେ ବାରମ୍ବାର କହିବା ସତ୍ତ୍ୱେ ଏର୍ଣ୍ଣାକୁଲମ ନଗରପାଳିକା ସେଠାରୁ ଅଳିଆ ଉଠାଉ ନ ଥିବା ଶୁଣିବା ପରେ ସବ୍‌ ଜଜ୍‌ ଏଏମ ବସୀର ଏକ ଦୋକାନରୁ ଗୋଟିଏ ଚୌକି ମାଗିଆଣି ଅଳିଆଗଦା ପାଖରେ ବସିଗଲେ। ବାସ୍‌, ଏହା ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା। ଯେତେବେବେଳେ ଜଣେ ବିଚାରପତି ଅଳିଆଗଦା ପାଖରେ ବସିଥିବା ଖବର ପୁଲିସ ପାଇଲା, ସଙ୍ଗେ ସଙ୍ଗେ ଜଜ୍‌ଙ୍କ ପାଖରେ ଯାଇ ପହଞ୍ଚି ଯାଇଥିଲା। ତେବେ ଯେ ପର୍ଯ୍ୟନ୍ତ ସେ ସ୍ଥାନରୁ ଅଳିଆ ନ ଉଠିଛି ସେ ପର୍ଯ୍ୟନ୍ତ ସେ ତାଙ୍କ ସ୍ଥାନରୁ ଉଠିବେ ନାହିଁ ବୋଲି ପୁଲିସକୁ କହିବା ପରେ ପୁଲିସ ସଙ୍ଗେସଙ୍ଗେ ଏ ନେଇ ନଗରପାଳିକା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲା। ଆଉ ସବ୍‌ ଜଜ୍‌ଙ୍କ ଏପରି ନିଷ୍ପତ୍ତି ଶୁଣିବା ପରେ ସାଙ୍ଗେସାଙ୍ଗେ ଟ୍ରାକ୍ଟର, ଟ୍ରଲି ଧରିଆ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏର୍ଣ୍ଣାକୁଲମ ପୌରପାଳିକାର ସାନିଟାରି ଇନସପେକ୍ଟର। ଆଉ ଦେଖୁଦେଖୁ ଏକ ମାସ ଧରି ଯେଉଁ ଅଳିଆ ଉଠୁ ନ ଥିଲା, ସେହି ଅଳିଆ ଘଣ୍ଟା କେତୋଟି ମଧ୍ୟରେ ସେଠାରୁ ଉଠିଗଲା। ସବ୍‌ ଜଜ୍‌ ଏଏମ ବସୀରଙ୍କ ଏହି କାର୍ଯ୍ୟକୁ ସମସ୍ତ ଫଳ, ପରିବା ବ୍ୟବସାୟୀଙ୍କ ସହିତ ସାଧାରଣ ଲୋକେ ବେଶ୍‌ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe