ବିଧାନସଭାରେ ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି, ଶୁଭେନ୍ଦୁଙ୍କ ସମେତ ୫ ବିଧାୟକ ନିଲମ୍ବିତ

ବିଧାନସଭାରେ ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି, ଶୁଭେନ୍ଦୁଙ୍କ ସମେତ ୫ ବିଧାୟକ ନିଲମ୍ବିତ

Photo-newsbytes

କୋଲକାତା: ପଶ୍ଚିମବଙ୍ଗରେ ବୀରଭୂମ ହିଂସା ଘଟଣାକୁ ନେଇ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ | ତେବେ କେବଳ ବିରୋଧୀଙ୍କ ହଙ୍ଗାମାରେ ଏହା ସୀମିତ ରହିନଥିଲା | ବରଂ ବିଜେପି ଓ ଟିଏମସି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା | ଏଥିରେ ଜଣେ ଟିଏମସି ବିଧାୟକଙ୍କୁ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଟିଏମସି ବିଧାୟକଙ୍କ ନାକରୁ ରକ୍ତସ୍ରାବ ହେଉଥିବାବେଳେ ଏହି ଘଟଣାକୁ ନେଇ ବାଚସ୍ପତି ବିଜେପି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୫ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି |

ତେବେ ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ ଟିଏମସି ଏବଂ ବିଧାନସଭା ପୁଲିସଙ୍କ ଆକ୍ରମଣରେ ଆଠ ଜଣ ବିଜେପି ବିଧାୟକ ଆହତ ହୋଇଛନ୍ତି। ଆଜି ବିଧାନସଭାର ଶେଷ ଦିନ ଥିବାରୁ ରାଜ୍ୟର ବିଗିଡିଯାଇଥିବା ଆଇନଶୃଙ୍ଖଳା ବାବଦରେ ଆଲୋଚନା କରିବାକୁ ଦାବି କରିଥିଲୁ | କିନ୍ତୁ କିଛି ଟିଏମସି ବିଧାୟକ ଓ ସାଦା ପୋଷାକ ପିନ୍ଧିଥିବା ପୁଲିସ କର୍ମଚାରୀ ଆମକୁ ଆକ୍ରମଣ କରିଥିଲେ |

ତେବେ ଟିଏମସି ପକ୍ଷରୁ କୁହାଯାଇଛି ଯେ ଯେ ବିଧାନସଭାରେ ଅରାଜକତା ସୃଷ୍ଟି କରିବା ପାଇଁ ବିଜେପି ଏକ ନାଟକ ଖେଳୁଛି। ସେ କହିଛନ୍ତି ବିଜେପିର ଆକ୍ରମଣରେ ଆମର କିଛି ବିଧାୟକ ଆହତ ହୋଇଛନ୍ତି। ୨୦୨୨ର ଆଗାମୀ ଅଧିବେଶନ ପାଇଁ ବାଚସ୍ପତି, ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଦୀପକ ବର୍ମନ, ଶଙ୍କର ଘୋଷ, ମନୋଜ ଟିଗଗା ଏବଂ ନରହରି ମହୋତୋଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe