ମିନି ପାକିସ୍ତାନ ବୟାନକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଲେ ନିର୍ବାଚନ ଆୟୋଗ

Advertisment
ମିନି ପାକିସ୍ତାନ ବୟାନକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଲେ ନିର୍ବାଚନ ଆୟୋଗ

photo-freepressjournal

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ନନ୍ଦିଗ୍ରାମ ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ନିର୍ବାଚନ ଆୟୋଗ | ତେବେ ନିର୍ବାଚନ ଆୟୋଗ ଶୁଭେନ୍ଦୁଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇଥିବାରୁ ଏହାକୁ ନେଇ ଖପ୍ପା ହୋଇଛି ତୃଣମୂଳ କଂଗ୍ରେସ | ଟିଏମସି ପକ୍ଷରୁ କୁହାଯାଇଛି ଗତ ମାସରେ ଶୁଭେନ୍ଦୁ ମମତାଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ ବି ନିର୍ବାଚନ ଆୟୋଗ କେବଳ ଚେତାବନୀ ହିଁ ଦେଇଛନ୍ତି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି |

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ଯେତେଯାଏଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ସେତେବେଳେ ଯାଏଁ ସେ ସର୍ବସାଧାରଣଙ୍କ ବିବୃତ୍ତି ଦେବାବେଳେ ଏପରି ବିବୃତ୍ତିରୁ ନିବୃତ୍ତ ରହିବେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଆଚରଣ ସଂହିତାର ଭାଗ ଦୁଇ ଏବଂ ତିନୋଟି ଅନୁଚ୍ଛେଦ ଉଲ୍ଲଂଘନ କରିଛନ୍ତି।

ସୂଚନା ଥାଉ କି ଶୁଭେନ୍ଦୁ କହିଥିଲେ ଯେ ମମତା ବାନାର୍ଜୀଙ୍କୁ ଇଦ ମୁବାରକ କହିବାର ଅଭ୍ୟାସ ଅଛି, ସେଥିପାଇଁ ଆଜି ହୋଲି ଅବସରରେ ଶୁଭେଚ୍ଛା ଦେବା ବଦଳରେ ହୋଲି ମୁବାରକ ବୋଲି କହିଛନ୍ତି | ଆପଣ ବେଗମଙ୍କୁ ଭୋଟ୍ ଦିଅନ୍ତୁ ନାହିଁ | ଯଦି ଆପଣ ବେଗମ୍ କୁ ଭୋଟ୍ ଦିଅନ୍ତି ତେବେ ଏହା (ପଶ୍ଚିମବଙ୍ଗ) ଏକ ମିନି ପାକିସ୍ତାନରେ ପରିଣତ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe