Image Courtesy of Zee News
ନୂଆଦିଲ୍ଲୀ: ଦଳର ନିର୍ବାଚନୀ ଇସ୍ତାହାରରେ ଦୁଇଟି ସାଙ୍ଘାତିକ ଭୁଲ୍ ସୂଚାଇ ବୁଧବାର ଦିନ ଟୁଇଟ୍ କରିଛନ୍ତି ବରିଷ୍ଠ ଭାରତୀୟ ଜନତା ପାର୍ଟିର ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣିୟାନ୍ ସ୍ୱାମୀ।
ସୋମାବାର ଦିନ ‘ସଙ୍କଳ୍ପ ପତ୍ର’ ରିଲିଜ୍ କରିଥିବା ବିଜେପି ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣା ବଢ଼ାଇବା ଲାଗି ପଣ କରିଛି। ସ୍ୱାମୀ ଦର୍ଶାଇଛନ୍ତି ଯେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଅର୍ଥ ‘ବାର୍ଷିକ ଅଭିବୃଦ୍ଧି ହାର ୨୪% କରିବା’ ଯାହା ହାସଲ କରିବା ଅତି କଷ୍ଟକର ବ୍ୟାପାର। ଅତି ବେଶୀରେ ବାର୍ଷିକ ଅଭିବୃଦ୍ଧି ହାର ୧୦% କରିହେବ।
ସେ ଆହୁରି କହିଛନ୍ତି କି, ଇସ୍ତାହାରରେ ଉଲ୍ଲେଖ ରହିଥିବା ଭାରତର ତୁଳନାତ୍ମକ ‘ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ୍’ ତୃତୀୟ ବୃହତ୍ତମ’ ଷଷ୍ଠ ନୁହେଁ।
ଏ ଦୁଇଟି ପ୍ରମାଦକୁ ସଂଶୋଧନ କରିବାକୁ ମୁଁ ରାଜନାଥ ସିଂହଙ୍କୁ ଖବର ଦେଇଛି।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ୨୦ ଜଣିଆ ବିଜେପି ଇସ୍ତାହାର କମିଟିର ମୁଖ୍ୟ ଥିଲେ। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ, ନିର୍ମଳା ସୀତାରମଣ, ପୀୟୂଷ ଗୋୟଲ, ରବି ଶଙ୍କର ପ୍ରସାଦ, ମୁଖ୍ତାର ଅବ୍ଦାସ ନକ୍ଓ୍ଵି ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅନ୍ୟ କେତେକ ସଦସ୍ୟ ଏହି କମିଟିରେ ଥିଲେ।
Follow Us