ପ୍ରଶ୍ନ ଉଠାଇଲେ ସୁବ୍ରମଣ୍ୟନ୍‌ ସ୍ୱାମୀ:ଶ୍ରୀଦେବୀଙ୍କୁ ହତ୍ୟା କରାଯାଇଛି!

Advertisment
ପ୍ରଶ୍ନ ଉଠାଇଲେ ସୁବ୍ରମଣ୍ୟନ୍‌ ସ୍ୱାମୀ:ଶ୍ରୀଦେବୀଙ୍କୁ ହତ୍ୟା କରାଯାଇଛି!

ନୂଆଦିଲ୍ଲୀ: ଦୁବାଇରେ ଯେଭଳି ସ୍ଥିତିରେ ଅଭିନେତ୍ରୀ ଶ୍ରୀଦେବୀଙ୍କର ରହସ୍ୟମୟ ମୃତ୍ୟୁ ଘଟିଲା, ସେଥିରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ସନ୍ଦେହ ପ୍ରକଟ କରିଛନ୍ତି। ଦୁବାଇର ଜୁମୈରା ଏମିରେଟ୍‌ସ ଟାଓ୍ଵାର ହୋଟେଲରେ ଶ୍ରୀଦେବୀ ସପରିବାର ରହିବା, ପରେ ସ୍ୱାମୀ ବୋନି କପୁର ଓ ଝିଅ ଖୁସି ତାଙ୍କୁ ଏକାକୀ ଛାଡ଼ି ମୁମ୍ବାଇ ଚାଲିଆସିବା, ପତ୍ନୀଙ୍କୁ ରାତ୍ରିଭୋଜନ ଆମନ୍ତ୍ରଣ କରିବାକୁ ବୋନି ପୁଣି ଦୁବାଇ ଯିବା ଏବଂ କିଛି ସମୟ ପରେ ଶ୍ରୀଦେବୀଙ୍କର ଏପରି ଗାଧୁଆ କୁଣ୍ଡରେ ପଡ଼ି ଜୀବନ ଚାଲିଯିବା ଘଟଣାକୁ ସୁବ୍ରମଣ୍ୟମ୍‌ ସ୍ୱାମୀ ସହଜରେ ହଜମ କରିପାରିନାହାନ୍ତି। କେହି ଜଣେ ଠେଲିନଦେଲେ କିମ୍ବା ଶ୍ୱାସକ୍ରିୟାରେ ବାଧା ନଉପୁଜାଇଲେ ଏମିତି ଗାଧୁଆ କୁଣ୍ଡରେ ବୁଡ଼ି ଜଣେ ମରିବାଟା ସହଜ ନୁହେଁ। ତେଣୁ ଶ୍ରୀଦେବୀଙ୍କର ଏହା ଆକସ୍ମିକ ମୃତ୍ୟୁ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଶ୍ରୀ ସ୍ୱାମୀ ସନ୍ଦେହ କରୁଥିବା କହିଛନ୍ତି।
ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ଉପସ୍ଥାପନା କରାଯାଉଛି। ସେ କେବେ ମାତ୍ରାଧିକ ମଦ୍ୟ(ହାର୍ଡ ଡ୍ରିଙ୍କ) ସେବନ କରନ୍ତି ନାହିଁ। ତେଣୁ ତାଙ୍କ ସ୍ନାୟୁ ପ୍ରଣାଳୀରେ କିଭଳି ମଦ୍ୟପାନର ଛାପ ରହିଲା ବୋଲି ପ୍ରକାଶିତ ଗଣମାଧ୍ୟମ ରିପୋର୍ଟର ସତ୍ୟତା ଉପରେ ଶ୍ରୀ ସ୍ୱାମୀ ପ୍ରଶ୍ନ ଲଗାଇଛନ୍ତି। ଏହି ବିରଳ ଘଟଣାର ସିସିଟିଭି ଫୁଟେଜ୍‌ ସମ୍ପର୍କରେ କିଛି ତଥ୍ୟ ପଦାକୁ ଆସିନାହିଁ। ପ୍ରଥମେ ଡାକ୍ତରମାନେ ଗଣମାଧ୍ୟମକୁ ଶ୍ରୀଦେବୀଙ୍କର ହୃଦ୍‌କ୍ରିୟା ବନ୍ଦ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଦେଲେ। ସୁତରାଂ ଏସବୁ ଘଟଣାକ୍ରମରେ କିଛି ରହସ୍ୟ ରହିଥିବା ସେ ଆଶଙ୍କା କରୁଛନ୍ତି। ସେହିପରି ଦୁର୍ଦ୍ଦାନ୍ତ ଅପରାଧୀ ଦାଉଦ୍‌ ସହ ସିନେ କଳାକାରମାନଙ୍କର ରହିଥିବା ଅନୈତିକ ସମ୍ପର୍କ ପ୍ରତି ସମସ୍ତେ ସାବଧାନ ରହିବାକୁ ମଧ୍ୟ ସ୍ୱାମୀ ପରାମର୍ଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe