ରେଳ ମନ୍ତ୍ରାଳୟର ଘୋଷଣା: ଜୀବନ ରକ୍ଷକ ପଦକ ସହିତ ଏକଲକ୍ଷ ଟଙ୍କା ପାଇବେ କନେଷ୍ଟବଳ ସୁବ୍ରତ ମହାରଣା

Advertisment
ରେଳ ମନ୍ତ୍ରାଳୟର ଘୋଷଣା: ଜୀବନ ରକ୍ଷକ ପଦକ ସହିତ ଏକଲକ୍ଷ ଟଙ୍କା ପାଇବେ କନେଷ୍ଟବଳ ସୁବ୍ରତ ମହାରଣା

ନୂଆଦିଲ୍ଲୀ: ଜୀବନ ରକ୍ଷକ ପଦକ ସହିତ ଏକଲକ୍ଷ ଟଙ୍କାର ପୁରସ୍କାର ପାଇବେ କନେଷ୍ଟବଳ ସୁବ୍ରତ ମହାରଣା। ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟପକ୍ଷରୁ ଏହି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ,୨୦୨୦ ମସିହାରେ ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରେନ ଛାଡ଼ିବା ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ନିବେଦିତା ସାହୁ ନିଜ ଘରକୁ ଯିବା ଵେଳେ, ଟ୍ରେନରୁ ଖସି ପଡ଼ିଥିଲେ। ନିବେଦିତାଙ୍କୁ ଖସି ପଡୁଥିଵାର ଦେଖି ସେହି ସମୟରେ ଡ୍ୟୁଟିରେ ଥିବା ରେଳ କନେଷ୍ଟବଳ ସୁବ୍ରତକ ତୁରନ୍ତ ନିବେଦିତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ସେହି ସମୟରେ ବେଶ ଚର୍ଚାର ବିଷୟ ପାଲଟିଥିଲା।  ସୁବ୍ରତଙ୍କ ଏପରି କାର୍ଯ୍ୟ ପାଇଁ ରେଳ ମନ୍ତ୍ରାଳୟ ତାଙ୍କୁ ଜୀବନ ରକ୍ଷା ପଦକ ସହିତ ଏକଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe