ଗଣଦୁଷ୍କର୍ମ ପୀଡ଼ିତା ଭୟରେ ଜୀବନ ହାରିଲେ

ଅଭିଯୁକ୍ତମାନଙ୍କ ଧମକ ଅତିଷ୍ଠ କଲା

ଗଣଦୁଷ୍କର୍ମ ପୀଡ଼ିତା ଭୟରେ ଜୀବନ ହାରିଲେ

ବାଗପତ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାଗପତ ଜିଲ୍ଲା ଅନ୍ତର୍ଗତ ରାମଲା ଥାନା ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୫ ବର୍ଷୀୟା ବାଳିକା ଶେଷରେ ଅଭିଯୁକ୍ତମାନଙ୍କ ଧମକରେ ଭୟଭୀତ ହୋଇ ଜୀବନ ହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ପୁଲିସ ସୂଚନାନୁଯାୟୀ, ଚାରି ମାସ ତଳେ ୫ ଜଣ ବଳାତ୍କାରୀ ଏହି ନାବାଳିକାଙ୍କୁ ଅପହରଣ କରିନେଇ ଗୋଟିଏ ଘରେ ତାଲା ପକାଇ ଗଣଦୁଷ୍କର୍ମ କରିଥିଲେ। ତେବେ ଅପହରଣର ୫ ଦିନ ପରେ ପୀଡ଼ିତାଙ୍କୁ ରାମଲା ଥାନା ବାହାରେ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଚେତା ଫେରିବା ପରେ ନାବାଳିକା ଜଣକ ଅପହରଣ ପରର ସମସ୍ତ ଲୋମଟାଙ୍କୁରା ଅନୁଭୂତି କହିଥିଲେ। ପୁଲିସ ମଧ୍ୟ ୫ ଜଣ ଯାକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ପ୍ରଭାବଶାଳୀ ଅଭିଯୁକ୍ତମାନଙ୍କ ପରିବାର ଚାପରେ ପୁଲିସ ସେମାନଙ୍କୁ ଛାଡ଼ିଦେଇଥିଲା। ଅବଶ୍ୟ ଏପରି କର୍ତ୍ତବ୍ୟରେ ଅବହେଳା ପାଇଁ ପରେ ରାମଲା ଥାନାଧିକାରୀଙ୍କୁ ନିଲମ୍ବନ କରାଯାଇଛି। ତେବେ ମୁକୁଳି ଆସିଥିବା ଅଭିଯୁକ୍ତମାନେ ମାମଲା ଚାପିଦେବା ପାଇଁ ପୀଡ଼ିତାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ସେମାନେ ଗତ ୧୩ ତାରିଖରେ ପୀଡ଼ିତାଙ୍କୁ ପୁଣି ଗଣଦୁଷ୍କର୍ମ କରିବାର ଧମକ ଦେଇଥିଲେ। ଏ ସମ୍ପର୍କରେ ନାବାଳିକା ତାଙ୍କ ମାଆଙ୍କୁ ଅବଗତ କରିଥିଲେ। ମାଆ ମଧ୍ୟ ଥାନାକୁ ଯାଇ ଜଣାଇବା ପୂର୍ବରୁ ପୀଡ଼ିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe