ଚର୍ଚ୍ଚାରେ ସୁଦର୍ଶନଙ୍କ କଳାକୃତି; ୩ଡି ବାଲୁକା କଳାରେ ବାଣ୍ଟିଲେ ସଚେତନତାର ବାର୍ତ୍ତା

Advertisment
ଚର୍ଚ୍ଚାରେ ସୁଦର୍ଶନଙ୍କ କଳାକୃତି; ୩ଡି ବାଲୁକା କଳାରେ ବାଣ୍ଟିଲେ ସଚେତନତାର ବାର୍ତ୍ତା

indiatoday

ପୁରୀ: ପୁଣି ଚର୍ଚ୍ଚାରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ଖ୍ରୀଷ୍ଟମାସ ଅବସରରେ ପୁରୀ ବେଳାଭୂମିରେ ଏକ ୩ଡି ଖ୍ରୀଷ୍ଟମାସ ବାଲୁକା କଳା କରି କୋଭିଡ-୧୯କୁ ନେଇ ଲୋକଙ୍କୁ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ କରିଥିବା ବାଲୁକା କଳାରେ ଦୁଇ ଜଣ ସାଣ୍ଟା କ୍ଲଜ୍ ହାତରେ ମାସ୍କ ଧରି ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ କରୁଥିବା ଦେଖାଯାଇଛି।

୬,୦୦୦‌ବର୍ଗ ଫୁଟରେ ନିର୍ମିତ ହୋଇଥିବା ଏହି ବାଲୁକା କଳାରେ 'ୟୁଜ୍ ମାସ୍କ, ‌ଷ୍ଟେ ସେଫ୍' ବୋଲି ଲେଖାଥିବା ସହ ତଳେ 'ମେରି ଖ୍ରୀଷ୍ଟମାସ' ବୋଲି ଲେଖାଯାଇଛି। ଏହି ବାଲୁକା କଳାଟି ୧୨୦ଫୁଟ ଲମ୍ବା ଥିବା ବେଳେ ଏହାର ଚଉଡା ୫୦ଫୁଟ ରହିଛି। ଏହାର ଏକ ଫଟୋ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରି ସୁଦର୍ଶନ ପଟ୍ଟନାୟକ ଲେଖିଛନ୍ତି ଯେ, ୩ଡି ବାଲୁକା କଳା ଉପରେ ଆଉ ଏକ ରେକର୍ଡ ପାଇଁ ଚେଷ୍ଟା। ୩ଡି ବାଲୁକା କଳା ଉପରେ 'ୟୁଜ୍ ମାସ୍କ, ‌ଷ୍ଟେ ସେଫ୍' ବାର୍ତ୍ତା ଏବଂ ସାନ୍ତା କ୍ଲଜ୍ ସହିତ ବିଶ୍ୱର ସର୍ବବୃହତ ମାସ୍କ ତିଆରି କରାଯାଇଛି। ଏହା ୧୨୦ଫୁଟ ଲମ୍ବ ଏବଂ ୫୦ଫୁଟ ଚଉଡା ହୋଇଥିବା ବେଳେ ୬,୦୦୦ ବର୍ଗଫୁଟରେ ଭାରତର ପୁରୀ ବେଳାଭୂମିରେ କୋଭିଡ-୧୯କୁ ନେଇ ସଚେତନ କରିବା ପାଇଁ ତିଆରି କରାଯାଇଛି।

ତାଙ୍କର ଏଭଳି ଟୁଇଟ ପରେ ଏବେ ଟୁଇଟରରେ ତାଙ୍କୁ ଲୋକଙ୍କ ପ୍ରଶଂସାର ସୁୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe