ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦୩୫ଟି ଶାମୁକାରେ ତାଙ୍କର ଏକ ମୋଦୀଙ୍କ ବାଲୁକାକଳା ଗଢ଼ିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଟୁଇଟରରେ ଲେଖିଛନ୍ତି, ଓଡ଼ିଶାର ପୁରୀ ବେଳାଭୂମିରେ ମୋର ବାଲୁକା କଳାରେ ଶାମୁକା ବ୍ୟବହାର କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛି। ଭାରତମାତାର ସେବା କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ଦେଇ ଆଶୀର୍ବାଦ କରନ୍ତୁ।
Follow Us