ସୁଦର୍ଶନ ଟିଭି ସୋ’ ଉପରେ ରୋକ୍‌

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ: ସୁଦର୍ଶନ ଟିଭିର ‘ବିନ୍ଦାସ୍‌ ବୋଲ୍‌’ ସୋ’ର ପ୍ରସାରଣ ଉପରେ ସୁପ୍ରିମ୍‌ କୋର୍ଟ ରୋକ୍‌ ଲଗାଇଛନ୍ତି। ମୁସଲିମ ସଂପ୍ରଦାୟ କିଭଳି ୟୁପିଏସସି ଦ୍ବାରା ପରିଚାଳିତ ପରୀକ୍ଷାରେ କୃତିତ୍ବ ହାସଶ କରୁଛନ୍ତି ତାହାର ଖୁଲାସା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଛି ବୋଲି ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି। ଏହାକୁ ଚ୍ୟାନେଲ ‘ୟୁପିଏସ୍‌ସି ଜିହାଦ’ ଆଖ୍ୟା ଦେଇଛି। ତେବେ ସୁପ୍ରିମ କୋର୍ଟ ଆଜି ଏହି ସୋ’ର ପ୍ରସାରଣ ଉପରେ କଟକଣା ଲଗାଇ ଦେଇଛନ୍ତି। ଏହା ମୁସଲମାନ ସଂପ୍ରଦାୟକୁ ତିରସ୍କାର କରିବା ଏବଂ ୟୁପିଏସସିର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବା ଭଳି ଏକ କାର୍ଯ୍ୟକ୍ରମ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ୫ ଜଣ ଖ୍ୟାତନାମା ବ୍ୟକ୍ତିଙ୍କୁ ନେଇ ଇଲେକଟ୍ରୋନିକ ମିଡିଆ ପାଇଁ ଏକ ମାନଦଣ୍ଡର ପ୍ରସ୍ତୁତ ହେବା ଆବଶ୍ୟକ। ସୁପ୍ରିମ କୋର୍ଟର ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ଜଣେ ବିଚାରପତି କହିଥିଲେ ଏହା ଇଲେକଟ୍ରୋନିକ୍ସ ମିଡିଆର ଟିଆରପି ସମସ୍ୟା। କୌଣସି ତଥ୍ୟ ନଥାଇ କିଭଳି ଏଭଳି ଅଭିଯୋଗ କରାଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏବଂ ଜଷ୍ଟିସ୍‌ ଏମ୍‌ ଯୋଶେଫ୍‌ଙ୍କ ଖଣ୍ଡପୀଠ କହିଛନ୍ତି , ସୁଦର୍ଶନ ଟିଭିର ଏହି କ‌ାର୍ଯ୍ୟକ୍ରମ ଉନ୍ମାଦନା ସୃଷ୍ଟି କଲାଭଳି ହୋଇଛି ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରାଯାଇଛି। ସେହିଭଳି ଦେଶରେ ଚାନେଲଗୁଡ଼ିକର ମାଲିକାନା ଓ ରାଜସ୍ବ ସଂଗ୍ରହ ମଡେଲକୁ ମଧ୍ୟ ସାର୍ବଜନୀନ କରାଯିବାର ପନ୍ଥା ବାହାର କରାଯିବା ଆବଶ୍ୟକ ବୋଲି ଜଣେ ବିଚାରପତି ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ କହିଥିଲେ। ତେବେ ସୁଦର୍ଶନ ଟିଭି ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ କହିଥିଲେ, ଚ୍ୟାନେଲ୍‌ ଦେଶ ସ୍ବାର୍ଥରେ ଏକ ଅନୁସନ୍ଧାନମୂଳକ ଖବର ପ୍ରସ୍ତୁତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe