କୋଭିଡ ଟିକା ପ୍ରସଂଗରେ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ,  ଯୁବପୀଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା ।  ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । 

 The Indian Express

ନୂଆଦିଲ୍ଲୀ: କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ,  ଯୁବପୀଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା ।  ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । 

ଆଜିକାଲି ଅନେକ ଲୋକଙ୍କର ଅକାଳ ମୃତ୍ୟୁ ହେଉଥିବା ବେଳେ ଏହାର କାରଣ ଟିକା ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କୋଭିଡ ୧୯ ଟିକା ଯୋଗୁ ମୃତ୍ୟୁ ହେଉନାହିଁ। ବରଂ କୋଭିଡ ଟିକା ଯୋଗୁଁ ମୃତ୍ୟୁ ହାର କମିଛି ବୋଲି କହିଛନ୍ତି ନଡ୍ଡା । ପୂର୍ବରୂ କୋଭିଡ ଟିକା ପାଇଁ ଯୁବପିଢିଙ୍କ ହଠାତ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା । 

ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ,  ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା। ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ ପରେ ଏହି ଆଶଙ୍କା ଦୂର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe