ରୁମ୍‌ରେ ଏସି ଲଗାଇ ବାହାରକୁ ପଳାଇଥିଲେ ମାଲିକ, ଫେରିିଲା ‌ବେଳକୁୁ ଜଳୁଛି ଘର

ରୁମ୍‌ରେ ଏସି ଲଗାଇ ବାହାରକୁ ପଳାଇଥିଲେ ମାଲିକ, ଫେରିିଲା ‌ବେଳକୁୁ ଜଳୁଛି ଘର

ଗ୍ରେଟର୍‌ ନୋଇଡ଼ା: ଉତ୍ତରପ୍ରଦେଶର ଗ୍ରେଟର୍‌ ନୋଇଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏହି ଅଞ୍ଚଳସ୍ଥିତ ହାଇରାଇଜ ସୋସାଇଟିର ପାରାମାଉଣ୍ଟ୍‌ ଇମୋସନ୍‌ର ସପ୍ତମ ମହଲାରେ ଗତକାଲି ବିଳମ୍ବିତ ରାତିରେ ଅଚାନକ ଏକ ଅଗ୍ନିକାଣ୍ଡ ‌ଦେଖିବାକୁ ମିଳିଥିଲା। ସୂଚନା ପାଇବା ପରେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ୍‌ ପ୍ରଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଏସିରେ ସର୍ଟସର୍କିଟ ହୋଇ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିବିଶେଷଙ୍କର କିଛି କ୍ଷତି ହୋଇନଥିଲେ ବି ଘରର ଅନେକ ଆସବାପତ୍ର ଜଳି ଯାଇଛି। ଫ୍ଲାଟ୍‌ର ମାଲିକ ତାଙ୍କ ଘରେ ଏସି ଲଗାଇ ପଳାଇ ଯାଇଥିବାରୁ ‌ଏସି ସର୍ଟସର୍କିଟ ହୋଇଥିବା ସୂଚନା ରହିଛି। ନିଆଁ ଲାଗିବା ଦେଖି ଫ୍ଲାଟ୍‌ରେ ଥିବା ଅନ୍ୟ ଲୋକମାନେ ତୁରନ୍ତ ତଳକୁ ଦୌଡ଼ି ପଳାଇ ଯାଇଥିଲେ।

ସୂଚନା ମୁତାବକ, ହାଇରାଇଜ ସୋସାଇଟିର ପାରାମାଉଣ୍ଟ୍‌ ଇମୋସନ୍‌ରରେ ଜେ ଟାୱାରର ସପ୍ତମ ମହଲାରେ ବିଳମ୍ବିତ ରାାତିରେ ଏକ ଫ୍ଲାଟ୍‌ରେ ନିଆଁ ଦେଖିବାକୁ ମିଳିଥିଲା। ଯେଉଁ କାରଣରୁ ପୂରା ସୋସାଇଟିରେ ହଳ୍ଲା ମଚିଗଲା। ତାପରେ ସୋସାଇଟିର ଲୋକେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ଏହି ଅଗ୍ନିକାଣ୍ଡ ଫ୍ଲାଟ୍‌ର ରୁମ୍‌ ନମ୍ବର ୭୦୫ରେ ହୋଇଥିଲା।

ଜାଣିବାକୁ ମିଳିଛି ଯେ ଘର ମାଲିକ ତାଙ୍କ ରୁମ୍‌ରେ ଏସି ଚଳାଇ ବାହାରକୁ ପଳାଇଥିଲେ। ଖୁବ୍ ଅଧିକ ସମୟ ପର୍ଯ୍ୟନ୍ତ ଏସି ଚାଲିବାକୁ ତାହାର ଷ୍ଟାବ୍‌ଲାଇଜର୍‌ ଜଳିଯାଇ ସର୍ଟ ସର୍କିଟ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe