ପାକିସ୍ତାନ ପୁଲିସ ତାଲିମ କେନ୍ଦ୍ରରେ ଆତ୍ମଘାତୀ ଆକ୍ରମଣ: ୭ ପୁଲିସ ନିହତ, ୬ ଆତଙ୍କବାଦୀ ନିପାତ

ଉତ୍ତରପଶ୍ଚିମ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବାର ପୁଲିସ ତାଲିମ କେନ୍ଦ୍ର ଉପରେ ଆତ୍ମଘାତୀ ଆକ୍ରମଣରେ  ୭ ଜଣ ପୁଲିସ ଏବଂ ୬ ଆତଙ୍କବାଦୀ ନିପାତ ହୋଇଛନ୍ତି। ଡେରା ଇସ୍‌ମାଇଲ୍‌ ଖାନ୍‌ ଜିଲ୍ଲାର ରତ୍ତା କୁଲାଚି ପୁଲିସ ଟ୍ରେନିଂ ସ୍କୁଲ୍‌ରେ ଆକ୍ରମଣ ପରେ ପୁଲିସ....

adgdaadgdagczv

ଇସଲାମାବାଦ: ଉତ୍ତରପଶ୍ଚିମ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବାର ପୁଲିସ ତାଲିମ କେନ୍ଦ୍ର ଉପରେ ଆତ୍ମଘାତୀ ଆକ୍ରମଣରେ  ୭ ଜଣ ପୁଲିସ ଏବଂ ୬ ଆତଙ୍କବାଦୀ ନିପାତ ହୋଇଛନ୍ତି। ଡେରା ଇସ୍‌ମାଇଲ୍‌ ଖାନ୍‌ ଜିଲ୍ଲାର ରତ୍ତା କୁଲାଚି ପୁଲିସ ଟ୍ରେନିଂ ସ୍କୁଲ୍‌ରେ ଆକ୍ରମଣ ପରେ ପୁଲିସ ପକ୍ଷରୁ ହୋଇଥିବା ପାଲଟା ଗୁଳିମାଡ଼ରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ।  ଏହାପରେ ପୁଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା ଏବଂ ଏଥିରେ ଅନ୍ୟ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଗୁଳି ବିନିମୟ ସମୟ‌ରେ ୭ ଜଣ ପୁଲିସ କର୍ମୀ ମଧ୍ୟ ନିହତ ହୋଇଛନ୍ତି।  ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୩ ଜଣ ଆତଙ୍କବାଦୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଅପରେସନ୍‌ରେ  କମାଣ୍ଡୋ, ଏଆଇ-ବୁର୍କ‌୍ ଫୋର୍ସ, ଏଲିଟ୍‌ ଫୋର୍ସ ମଧ୍ୟ ସାମିଲ ହୋଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ଏକ ବିସ୍ଫୋରକ ‌ବୋଝେଇ ଟ୍ରକ୍‌କୁ ପୁଲିସ ଟ୍ରେନିଂ ‌ସ୍କୁଲ୍‌ର ମୁଖ୍ୟ ଫାଟକରେ ଧକ୍କା ଦେଇଥିଲା। ପରେ ଆତଙ୍କବାଦୀମାନେ ଚାରିପଟୁ ଘେରିଯାଇ ଗୁଳିବର୍ଷା କରିଥିଲେ। ପୁଲିସ ଏହାର ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲା ଏବଂ ପରବର୍ତ୍ତୀ ସମୟରେ କମାଣ୍ଡୋ ବାହିନୀ ସେମାନଙ୍କ ସହାୟତା ପାଇଁ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe