ଟ୍ରେନ୍‌ ଆଗକୁ ଡେଇଁଲେ ପୂର୍ବ ବିଚାରପତି, ପତ୍ନୀ

ଟ୍ରେନ୍‌ ଆଗକୁ ଡେଇଁଲେ ପୂର୍ବ ବିଚାରପତି, ପତ୍ନୀ

ହାଇଦ୍ରାବାଦ୍‌: ଶାରୀରିକ ଯନ୍ତ୍ରଣା ଆଉ ସହିହେଲାନି। ଯେତେ ଚିକିତ୍ସା କଲେ ବି ଦେହ ଭଲ ହେଲାନାହିଁ। ଶେଷରେ ଆତ୍ମହତ୍ୟା ବାଟ ବାଛିବା‌କୁ ବାଧ୍ୟ ହେଲେ ଆନ୍ଧ୍ର ପ୍ରଦେଶର ବୃଦ୍ଧ ଦମ୍ପତି। ଦୀର୍ଘଦିନ ଧରି କିଡ୍‌ନି ରୋଗରେ ପୀଡ଼ିତ ହୋଇ ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହାପରେ ସ୍ବାମୀଙ୍କ ଆତ୍ମହତ୍ୟା ଖବର ପାଇବା ପରେ ବୃଦ୍ଧା ପତ୍ନୀ ମଧ୍ୟ ସେହି ଜାଗାକୁ ଯାଇ ଟ୍ରେନ୍ ସାମ୍ନାରେ ନିଜ ଜୀବନ ହ‌ାରିଛନ୍ତିି। ଘଟଣାଟି ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ଉଭୟଙ୍କ ମ୍ୃତଦେହ ଆନ୍ଧ୍ରପ୍ରଦେଶର ତିରୁପତି ଠାରୁ ୧୦ କିମି ଦୂର ରେଣିଗୁଣ୍ଟା ନିକଟ‌ରେ ଏକ ରେଳ ଧାରଣାରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଉଦ୍ଧାର ହୋଇଛି। ଶାରୀରିକ ଅସୁସ୍ଥତା ହେତୁ ଅବସରପ୍ରାପ୍ତ ବିଚାରପତି ୬୨ ବର୍ଷୀୟ ପାମୁଲୁରୁ ସୁଧାକର ଆତ୍ମହତ୍ୟା କରିଥିବା ନୋଟ୍‌ରେ ଦର୍ଶା‌ଇଛନ୍ତି।

ସୂଚନାନୁଯାୟୀ, ସୁଧାକର ଅବସର ନେବାପରେ ପତି ପତ୍ନୀ ଉଭୟ ତିରୁଚାନୁରୁର ଏକ ଆପାର୍ଟମେଣ୍ଟ୍‌ରେ ରହୁଥିଲେ। ପୁଅ ଝିଅ ପାଖରେ କେହି ରହୁନଥିଲେ। ସେମାନେ ବେଙ୍ଗାଲୁରୁରେ ଚାକିରି କରି ସେଠାରେ ରହୁଥିଲେ। ଫଳରେ ବୃଦ୍ଧ ଦମ୍ପତିଙ୍କ ଦେଖାଶୁଣା କରିବାକୁ କେହି ନଥିଲେ। କିନ୍ତୁ କିଡ୍‌ନି ରୋଗ ଯୋଗୁ ବଞ୍ଚିବା ମୁସ୍କିଲ୍‌ ହୋଇପଡ଼ିଥିଲା। ତେଣୁ କାହା ଉପରେ ନିର୍ଭର ନକରି ଶେଷରେ ସୁଧାକର ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ। ଅନ୍ୟପକ୍ଷରେ ସ୍ବାମୀଙ୍କ ବିନା ବଞ୍ଚିବା କଷ୍ଟକର ଭାବି ତାଙ୍କ ପତ୍ନୀ ୫୬ ବର୍ଷୀୟା ବରଲକ୍ଷ୍ମୀ ମଧ୍ୟ ସମାନ ରାସ୍ତା ବାଛିନେଲେ। ମୃତଦେହ ଏ‌େବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ମାମଲାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe