ପାକିସ୍ତାନ ମଦ୍ରାସାରେ ଆତ୍ମଘାତୀ ବିସ୍ଫୋରଣ: ମୌଲାନା ସମେତ ୫ ମୃତ, ୨୦ ଆହତ

Advertisment

ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା  ସ୍ଥିତ ଅକ୍କୋରା ଖଟ୍ଟକ ଜିଲ୍ଲାରେ ଥିବା ଦରୁଲ ଉଲୁମ୍‌ ହକାନିଆ ମଦ୍ରାସାରେ ଆଜି ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଜଣେ ଶୀର୍ଷ ‌ମୌଲାନା ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି।

ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା  ସ୍ଥିତ ଅକ୍କୋରା ଖଟ୍ଟକ ଜିଲ୍ଲାରେ ଥିବା ଦରୁଲ ଉଲୁମ୍‌ ହକାନିଆ ମଦ୍ରାସାରେ ଆଜି ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଜଣେ ଶୀର୍ଷ ‌ମୌଲାନା ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି।

ffdfcvcv

ଇସଲାମାବାଦ:  ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା  ସ୍ଥିତ ଅକ୍କୋରା ଖଟ୍ଟକ ଜିଲ୍ଲାରେ ଥିବା ଦରୁଲ ଉଲୁମ୍‌ ହକାନିଆ ମଦ୍ରାସାରେ ଆଜି ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଜଣେ ଶୀର୍ଷ ‌ମୌଲାନା ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣ  ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଶୁକ୍ରବାର ପ୍ରାର୍ଥନ‌ା ଚାଲିଥିବା ବେଳେ ମଦ୍ରାସାର ମୁଖ୍ୟ ହଲ୍‌ରେ ବିସ୍ଫୋରଣ ହୋଇଥିଲା।  

ଖାଇବର ପଖ୍‌ତୁନ୍‌ଖ୍ବା ଆଇଜି ଜୁଲଫିକର ହମିଦ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମଘାତୀ ବିସ୍ଫୋରଣ ବୋଲି ଜଣାପଡ଼ିଛି। ମୌଲାନା ହମିଦୁଲ ହକ୍‌ ହକ୍କାନିଙ୍କୁ ଟାର୍ଗେଟ୍‌ କରି କୌଣସି ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବାଜଣାପଡ଼ିଛି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଆହତମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।  ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe