ପେଶାୱର ମସଜିଦ ବିସ୍ଫୋରଣ: ପୁଲିସ ୟୁନଫର୍ମ ସହ ହେଲମେଟ ପିନ୍ଧି ଆସିଥିଲା ଆତ୍ମଘାତୀ ବିସ୍ଫୋରଣକାରୀ

Advertisment
ପେଶାୱର ମସଜିଦ ବିସ୍ଫୋରଣ: ପୁଲିସ ୟୁନଫର୍ମ ସହ ହେଲମେଟ ପିନ୍ଧି ଆସିଥିଲା ଆତ୍ମଘାତୀ ବିସ୍ଫୋରଣକାରୀ

indiatoday

ଇସଲାମାବାଦ: ଜାନୁଆରି ୬ରେ ପାକିସ୍ତାନର ପେଶାୱରର ଏକ ମସଜିଦ ଭିତରେ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଆତ୍ମଘାତୀ ବିସ୍ଫୋରଣକାରୀ ଆକ୍ରମଣ କରିବା ସମୟରେ ପୁଲିସ ୟୁନିଫର୍ମ ଏବଂ ହେଲମେଟ ପିନ୍ଧିଥିଲା ବୋଲି ଜଣାପଡ଼ିଛି।ପେଶାୱରର ମସଜିଦ ଭିତରେ ପ୍ରାୟ ୪୦୦ ଲୋକ ଉପସ୍ଥିତ ଥିଲେ ଯେତେବେଳେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବୋମାରେ ଉଡ଼ାଇଥିଲା।

ଖେବର ପଖତୁନଖ୍ବା ପୁଲିସ ମୁଖ୍ୟ ମୋଆଜ୍ଜମ ଜାହ ଅନସାରୀ ଗୁରୁବାର ପ୍ରକାଶ କରିଛନ୍ତି ଯେ ଆତ୍ମଘାତୀ ବିସ୍ଫୋରଣକାରୀ ପୁଲିସ ୟୁନିଫର୍ମ ଏବଂ ହେଲମେଟ ପିନ୍ଧି ମସଜିଦ ଭିତରକୁ ପଶିଥିଲା। ଏହି କାରଣରୁ ତା’ଉପରେ କେହି ସନ୍ଦେହ କରିନଥିଲେ। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଯଦି ଯାଞ୍ଚ କରିଥାନ୍ତା ତେବେ ହୁଏତ ଆକ୍ରମଣକୁ ରୋକାଯାଇପାରିଥାନ୍ତା। ସେ ମୋଟରସାଇକେଲରେ ମୁଖ୍ୟ ଫାଟକ ଭିତରକୁ ପ୍ରବେଶ କରି ଜଣେ କନଷ୍ଟେବଳଙ୍କ ସହ କଥା ହୋଇ ମସଜିଦ କେଉଁଠାରେ ଅଛି ବୋଲି ପଚାରିଥିଲେ। ଏହାର ଅର୍ଥ ଆକ୍ରମଣକାରୀ ଏହି ଅଞ୍ଚଳ ବିଷୟରେ ଅବଗତ ନଥିଲା। ତାଙ୍କୁ ଏକ ଟାର୍ଗେଟ୍ ଦିଆଯାଇଥିଲା ଏବଂ ତାଙ୍କ ପଛରେ ଏକ ସମ୍ପୂର୍ଣ୍ଣ ନେଟୱାର୍କ ଅଛି ବୋଲି ସନ୍ଦେହ କରାଯାଉଛି।

ବୁଧବାର ନଗର ପୁଲିସ ମହମ୍ମଦ ଇଜାଜ ଖାନ କହିଛନ୍ତି ଯେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକ୍ ପୁଲିସ ଆଗ ଧାଡ଼ିରେ ଥିବାରୁ ସେମାନଙ୍କୁ ଟାର୍ଗେଟ କରାଯାଉଛି। ଆମକୁ ମାନସିକ ସ୍ତରରେ ହତାଶ କରିବା ସେମାନଙ୍କ ଉଦ୍ଦେଶ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe