୫ ବର୍ଷ ତଳେ ଦିଲ୍ଲୀରେ ଧରାପଡ଼ିଥିଲା କାବୁଲ୍‌ ବିମାନ ବନ୍ଦର ଆକ୍ରମଣ କରିଥିବା ଆତ୍ମଘାତୀ ବିସ୍ଫୋରଣକାରୀ: ‘ଆଇଏସ୍‌ଆଇଏସ୍‌-କେ’

୫ ବର୍ଷ ତଳେ ଦିଲ୍ଲୀରେ ଧରାପଡ଼ିଥିଲା କାବୁଲ୍‌ ବିମାନ ବନ୍ଦର ଆକ୍ରମଣ କରିଥିବା ଆତ୍ମଘାତୀ ବିସ୍ଫୋରଣକାରୀ: ‘ଆଇଏସ୍‌ଆଇଏସ୍‌-କେ’

Image Courtesy of India Today

ନୂଆଦିଲ୍ଲୀ: ଗତମାସରେ କାବୁଲ୍‌ ବିମାନ ବନ୍ଦର ଆକ୍ରମଣ କରିଥିବା ଆତ୍ମଘାତୀ ବୋମାବିସ୍ଫୋରଣକାରୀଜଣକ ୫ ବର୍ଷ ପୂର୍ବେ ଦିଲ୍ଲୀରେ ଧରାପଡ଼ିଥିଲା ବୋଲି ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୁରାସାନ୍‌’ ତା’ର ପ୍ରଚାର ପତ୍ରିକାର ସଦ୍ୟତମ ସଂସ୍କରଣରେ କହିଛି।

ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖ ଦିନ କାବୁଲସ୍ଥିତ ‘ହମିଦ୍‌ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ‘ଆଇଏସ୍‌ଆଇଏସ୍‌-କେ’ ଆତ୍ମଘାତୀ ବୋମା ବିସ୍ଫୋରଣ କରାଇଥିଲା। କାବୁଲ୍‌ ବିମାନ ବନ୍ଦରରେ ଜନସ୍ଥାନାନ୍ତରଣ ଅଭିଯାନ ଚାଲିଥିବା ବେଳେ ସଙ୍ଗଠିତ ଉକ୍ତ ବୋମା ଆକ୍ରମଣ ହେତୁ ୧୩ଜଣ ଆମେରିକୀୟ ସୈନିକଙ୍କ ସମେତ ୧୮୦ଜଣ ବ୍ୟକ୍ତି ନିହତ ହୋଇଥିଲେ।

‘କଶ୍ମୀର ଲାଗି ପ୍ରତିଶୋଧ’ ନେବା ପାଇଁ ଆକ୍ରମଣ କରିବାକୁ ୫ବର୍ଷ ତଳେ ଦିଲ୍ଲୀ ଗସ୍ତ କରିଥିବା ଅବ୍ଦୁର୍‌ ରହମନ୍‌ ଅଲ୍‌-ଲୋଗ୍ରି ନାମକ ସେ ଆତ୍ମଘାତୀ ବୋମାବିସ୍ଫୋରଣକାରୀ ଭାରତରେ ଗିରଫ ହୋଇଥିଲା ବୋଲି ‘ଆଇଏସ୍‌ଆଇଏସ୍‌-କେ’ ଦାବି କରିଛି।

publive-image Image Courtesy of Times Now

ସୂଚନାଯୋଗ୍ୟ, ୨୦୨୦ରୁ ‘ଆଇଏସ୍‌ଆଇଏସ୍‌-କେ’ ତା’ର ପ୍ରଚାର ପତ୍ରିକା ପ୍ରକାଶନ ବଜାୟ ରଖିଛି। ୨୦୨୦ ଫେବ୍ରୁଆରିରେ ସଙ୍ଗଠିତ ଦିଲ୍ଲୀ ଦଙ୍ଗା ସମୟରେ ମଧ୍ୟ ସେମାନେ ଗୋଟିଏ ସଂସ୍କରଣ ପ୍ରକାଶ କରିଥିଲେ। ପରେ, ‘ଆଇଏସ୍‌ଆଇଏସ୍‌-କେ’ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସର ‘ସ୍ପେସାଲ୍‌ ସେଲ୍‌’ ୩୬ ବର୍ଷିୟ ଜହାନ୍‌ଜାଇବ୍‌ ସାମି ଏବଂ ତାଙ୍କ ୩୯ ବର୍ଷୀୟ ପତ୍ନୀ ହିନ୍ଦା ବଶିର ବେଗ୍‌ଙ୍କୁ ଗିରଫ କରିଥିଲା। ‘ଏନ୍‌ଆଇଏ’ ଏହି ମାମଲା ହାତକୁ ନେଇ ସମସ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିବା ପୂର୍ବରୁ ସମାନ ଅଭିଯୋଗରେ ଆହୁରି ୩ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

‘ଆଇଏସ୍‌ଆଇଏସ୍‌-କେ’ ପ୍ରଚାର ପତ୍ରିକା ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଏଯାବତ୍‌ ସମଗ୍ର ଭାରତରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe