ଜୈସଲମେର୍ରେ: ରାଜସ୍ଥାନର ଜୈସଲମେର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଦୁଇଜଣ ବିଏସଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି। ତେବେ ସେମାନଙ୍କ ଆତ୍ମହତ୍ୟାର କାରଣ ଏଯାବତ୍ ଜଣାପଡ଼ିନଥିବା ବେଳେ ପୁଲିସ ଏନେଇ ତଦନ୍ତ ଚଳାଇଛି। ସୂଚନାନୁଯାୟୀ ,ବିଏସଏଫ୍ ୫୬ ବାଟାଲିଅନ୍ର ହାବିଲଦାର ୫୦ ବର୍ଷୀୟ ଡିକେ ତମ୍ତା ଗତକାଲି ରାତିରେ ତାଙ୍କ ସର୍ଭିସ ରାଇଫଲ୍ରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରଛନ୍ତି। ତମ୍ତାଙ୍କ ଘର ଉତ୍ତରାଖଣ୍ଡର ଚମ୍ପାବଟ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ହାବିଲଦାର ଯୋଗେନ୍ଦ୍ର ସିଂହ ଏକ କ୍ୟାମ୍ପର ଷ୍ଟୋର୍ ରୁମ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଘରୋଇ କଳହ କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us