ଏମ୍‌ସ କୋଠାରୁ ଡେଇଁ ଆତ୍ମହତ୍ୟା କଲେ କୋଭିଡ୍‌ ଆକ୍ରାନ୍ତ ସାମ୍ବାଦିକ

Advertisment
ବଢ଼ୁଛି ତୃତୀୟ ଲହର ଚିନ୍ତା: ଶିଶୁଙ୍କ ପାଇଁ ଏମ୍‌ସରେ ୧୪ ଆଇସିୟୁ, ୬୦ ଶଯ୍ୟାର ବ୍ୟବସ୍ଥା

Twitter

ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଣେ ୩୭ ବର୍ଷୀୟ ସାମ୍ବାଦିକ ସୋମବାର ଅପରାହ୍ଣରେ ହସ୍ପିଟାଲ୍‌ର ଚାରି ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏକ ହିନ୍ଦୀ ଦୈନିକ ଖବରକାଗଜରେ କାମ କରୁଥିବା ତରୁଣ ସିସୋଦିୟା ନାମକ ଏହି ସାମ୍ବାଦିକ ଜଣକ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ରହୁଥିଲେ। କିଛି ଦିନ ତଳେ ତାଙ୍କର ମସ୍ତିଷ୍କ ଟ୍ୟୁମର ଅସ୍ତ୍ରୋପଚାର ହୋଇଥିଲା। ତେବେ ପରେ ନମୁନା ପରୀକ୍ଷଣରୁ ତାଙ୍କଠାରେ କରୋନା ଭୂତାଣୁ ପଜିଟିଭ୍ ଆସିବା ପରେ ଗତ ୨୪ ତାରିଖରେ ସେ ଏମ୍‌ସର ଟ୍ରମା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଧୀରେ ଧୀରେ କୋଭିଡ୍ ମୁକ୍ତ ହେଉଥିଲେ ମଧ୍ୟ ସେ ଧୈର୍ଯ୍ୟହରା ହୋଇପଡ଼ିଥିଲେ। ସେଥିପାଇଁ ଜଣେ ସ୍ନାୟୁ ବିଶେଷଜ୍ଞ ଓ ଜଣେ ମାନସିକ ରୋଗ ବିଶେଷଜ୍ଞ ଆସି ମଧ୍ୟ ଚିକିତ୍ସାରେ ସାମିଲ ହୋଇଥିଲେ। ତେବେ ସୋମବାର ଦୁଇଟା ବେଳେ ପ୍ରଥମ ମହଲାରେ ଥିବା ଶଯ୍ୟାରୁ ତରୁଣ ହଠାତ୍ ଉଠି ବାହାରକୁ ଦୌଡ଼ିଥିଲେ। ଉପସ୍ଥିତ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କୁ ଗୋଡ଼ାଇଥିବା ବେଳେ ସେ ଚାରି ମହଲା ଉପରକୁ ଯାଇ କାଚ ଝରକା ବାଟେ ତଳକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe