ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ମୁମ୍ବାଇରେ ୭.୪ ପ୍ରତିଶତ ଆତ୍ମହତ୍ୟା ବୃଦ୍ଧି

Advertisment
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ମୁମ୍ବାଇରେ ୭.୪ ପ୍ରତିଶତ ଆତ୍ମହତ୍ୟା ବୃଦ୍ଧି

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଆତ୍ମହତ୍ୟା ବଢ଼ିଥିବା ନେଇ ସୂଚନା ମିଳିଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୭.୪ ପ୍ରତିଶତ ଆତ୍ମହତ୍ୟା ବଢ଼ିଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭିନ୍ନ କାରଣରୁ ଲୋକେ ମାନସିକ ଚାପର ଶିକାର ହୋଇ ଆତ୍ମହତ୍ୟା କରୁଥିବା ଜଣାଯାଇଛି।
ମୁମ୍ବାଇର ଚାରକୋପସ୍ଥିତ ପ୍ରତିରକ୍ଷା ବିଭାଗର ଡାକ୍ତରଖାନାର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଣବ କାବରା କହିଛନ୍ତି, ପୀଡ଼ିତଙ୍କ ଅସଲ ସମସ୍ୟା ବୁଝାଯାଉ ନ ଥିବା ହେତୁ ଏଭଳି ଅଘଟଣ ଘଟୁଛି। କେବଳ ଏହି କାରଣରୁ ମୁମ୍ବାଇରେ ଆତ୍ମହତ୍ୟା ଘଟଣା ୭.୪ ପ୍ରତିଶତ ବଢ଼ିଛି ବୋଲି ସେ କହିଛନ୍ତି ।
ମୁମ୍ବାଇ ପୁଲିସ ପକ୍ଷରୁ ବିଭିନ୍ନ ଆତ୍ମହତ୍ୟା ଘଟଣାର ତଦନ୍ତ କରାଯାଇଛି। ଏଥିରୁ ପୁଲିସ ଜାଣିବାକୁ ପାଇଛି ଯେ, ଆତ୍ମହତ୍ୟାର ପ୍ରମୁଖ କାରଣ ହେଲା ମାନସିକ ଚାପ । ଏହା ବ୍ୟତୀତ ବେକାରୀ, ଅସୁରକ୍ଷିତ ଭବିଷ୍ୟତ ଏବଂ ପ୍ରେମ ସଂପର୍କ ମଧ୍ୟ ଆତ୍ମହତ୍ୟାର ପ୍ରମୁଖ କାରଣ।

ସୂଚନାଯୋଗ୍ୟ, ମୁମ୍ବାଇର ଚାରକୋପ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଜଣେ ୪୦ ବର୍ଷୀୟ ମହିଳା ଡିମ୍ପଲ ୱାଡିଲାଲ ଚାକିରିରୁ ବିଦା ହେବା ପରେ ଗୁରୁବାର ନିଜ କୋଠାରୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ । ଏହା ପୂର୍ବରୁ ଜଣେ ୨୨ ବର୍ଷୀୟ ଯୁବତୀ ନବବର୍ଷ ଆରମ୍ଭରେ ଆତ୍ମହତ୍ୟା କରିଥିଲେ । ସେ ଥାନେରେ ସ୍କାଏୱାକରୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ । ସେହିଭଳି ଏହି ଘଟଣାର ୧୦ ଦିନ ଆଗରୁ ଜଣେ ୨୧ ବର୍ଷୀୟ ଯୁବତୀ ପୁରୁଷ ବନ୍ଧୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ପରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ।

Image result for ncrb Image Source-Amarujala

ଅପରପକ୍ଷରେ ବଡାଲରେ ଓକିଲାତି କରୁଥିବା ଜଣେ ଯୁବତୀ ତିନି ବର୍ଷ ପୂର୍ବରୁ ୧୮ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ମୁମ୍ବାଇ ପୁଲିସର ଜଣେ ଅଧିକାରୀ ଶାଳିନୀ ଶର୍ମାଙ୍କୁ ଏହି ଖବର ମିଳିଥିଲା । ସେ ନିଜର ଉପସ୍ଥିତି ବୁଦ୍ଧିରେ ଯୁବତୀଙ୍କ ଜୀବନ ବଞ୍ଚାଇ ପାରିଥିଲେ ।  ମୁମ୍ବାଇ ପୁଲିସ ପକ୍ଷରୁ ଏବେ ସଚେତନତାମୂଳକ ଅଭିଯାନ ଆରମ୍ଭ ହୋଇଛି । ଯେଉଁମାନେ ମାନସିକ ଅବସାଦଗ୍ରସ୍ତ, ସେମାନଙ୍କୁ ଏଥିରୁ ମୁକ୍ତ କରିବାର ଅଭିଯାନ ଚଳାଇଛି ମୁମ୍ବାଇ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe