ଉତ୍ତରପ୍ରଦେଶ: ଟିକାକରଣ କେନ୍ଦ୍ରରେ ପୁଲିସର ବର୍ବରତା, ବିନା କାରଣରେ ମାଡ଼ ଖାଇଥିବା ଯୁବକଙ୍କ ଆତ୍ମହତ୍ୟା

ଉତ୍ତରପ୍ରଦେଶ: ଟିକାକରଣ କେନ୍ଦ୍ରରେ ପୁଲିସର ବର୍ବରତା, ବିନା କାରଣରେ ମାଡ଼ ଖାଇଥିବା ଯୁବକଙ୍କ ଆତ୍ମହତ୍ୟା

The Hans India

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଟିକାକରଣ କେନ୍ଦ୍ରରେ ତୁମୁଳ କାଣ୍ଡ ହୋଇଛି। ଟିକାକରଣ କେନ୍ଦ୍ରରେ ପୁଲିସର ବର୍ବରତା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ୨୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଜଣେ ଯୁବକଙ୍କୁ ପୁଲିସ ଟିକାକରଣ କେନ୍ଦ୍ର‌ରେ ନିସ୍ତୁକ ମାଡ଼ ମାରିଛି। ଏନେଇ ୯୦ ସେକେଣ୍ଡର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ପୁଲିସଠାରୁ ମାଡ଼ ଖାଇବା ପରେ ସମ୍ପୃକ୍ତ ଯୁବକ ଜଣଙ୍କ ଗିରଫକୁ ଭୟ କରି ଗତକାଲି ରାତିରେ ଆତ୍ମହତ୍ୟା କରିଦେଇଛନ୍ତି। ଉତ୍ତରପ୍ର‌ଦେଶ ବାଗପତ ଜିଲ୍ଲାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମାମଲାରେ ୧୦ ଜଣ ପୁଲିସଙ୍କୁ ଦାୟିତ୍ବରୁ ହଟାଯାଇଛି।

ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ଅକ୍ଷୟ। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଅକ୍ଷୟ ଗିରଫକୁ ଭୟ କରି ଆତ୍ମହତ୍ୟା କରିଦେଇଛନ୍ତି। କୋଭିଡ ଟିକାକରଣ କେନ୍ଦ୍ରରେ ଝଗଡ଼ା କରିବା କାରଣ ପାଇଁ ପୁଲିସ ଅକ୍ଷୟଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ପୁଲିସ ଗତକାଲି ରାତି‌ରେ ଅକ୍ଷୟଙ୍କ ଘରେ ପହଞ୍ଚିଥିବା ତେବେ ଗିରଫ ଭୟରେ ଅକ୍ଷୟ ଘର ଛାଡ଼ି ପଳାଇଥିଲେ ଏବଂ ଘର ନିକଟସ୍ଥ ଏକ ପଡ଼ିଆରେ ସେ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଦେଇଥିଲେ। ସମ୍ପୃକ୍ତ ଘଟଣାକୁ ସ୍ଥାନୀୟ ବାସିନ୍ଦାମାନେ କଡ଼ା ବିରୋଧ କରିଛନ୍ତି। ତାଙ୍କ ପରିବାର ସଦସ୍ୟ ପୁଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe